ETV Bharat / sports

ଭାରତର ବିଜୟ ସମୀକରଣ ବିଗାଡିବାକୁ ଲକ୍ଷ୍ୟ ଥିଲା: ରୁଟ୍‌ - ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ

ଚେନ୍ନାଇ ଟେଷ୍ଟରେ 227 ରନର ବଡ ବ୍ୟବଧାନରେ ପ୍ରଥମ ଟେଷ୍ଟକୁ ଜିତିନେଇଛି ଭ୍ରମଣକାରୀ ଦଳ । ଅଧିକ ପଢନ୍ତୁ...

We wanted to take India's win out of the equation: Root
ଭାରତର ବିଜୟ ସମୀକରଣ ବିଗାଡିବାକୁ ଲକ୍ଷ୍ୟ ଥିଲା: ରୁଟ୍‌
author img

By

Published : Feb 9, 2021, 4:42 PM IST

ଚେନ୍ନାଇ: ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ମଙ୍ଗଳବାର ଦ୍ବିତୀୟ ଇଂନିସରେ ଦଳର ଆଭିମୁଖ୍ୟକୁ ସମର୍ଥନ ଜଣାଇଛନ୍ତି । ଭାରତର ବିଜୟ ସମୀକରଣ ବିଗାଡିବାକୁ ଲକ୍ଷ୍ୟ ଥିଲା ବୋଲି କହିଛନ୍ତି ଚେନ୍ନାଇ ଟେଷ୍ଟ ବିଜୟୀ ଇଂଲିସ କ୍ୟାପଟେନ ଜୋ ରୁଟ୍‌ । 227 ରନର ବଡ ବ୍ୟବଧାନରେ ପ୍ରଥମ ଟେଷ୍ଟକୁ ଜିତିନେଇଛି ଭ୍ରମଣକାରୀ ଦଳ ।

ଭାରତର ବିଜୟ ସମୀକରଣ ବିଗାଡିବାକୁ ଲକ୍ଷ୍ୟ ଥିଲା: ରୁଟ୍‌

ଟସ ଜିତିବା ପରେ, ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେବାସହ ପ୍ରଥମ ଇଂନିସରେ 578 ରନ ରନର ପାହାଡ ଠିଆ କରିଥିଲା । ଯେଉଁଥିରେ କ୍ୟାପଟେନ ରୁଟ୍‌ ଖେଳିଥିଲେ 218 ରନର ମାରାଥନ ଇଂନିସ । ପରେ ଭାରତକୁ ପ୍ରଥମ ଇଂନିସରେ 337 ରନରେ ଅଲଆଉଟ କରିବା ପରେ 241ର ପ୍ରଥମ ଇଂନିସ ଅଗ୍ରଣୀ ଲାଭ କରିଥିଲା ।

"ଟସ୍‌ ଗୁରୁତ୍ବପୂର୍ଣ୍ଣ ଥିଲା ଓ ପରେ ପିଚ୍‌ର ଫାଇଦା ଉଠାଇ ଭଲ ପ୍ରଦର୍ଶନ କରିପାରିଲୁ ।" ତେବେ 20 ୱିକେଟ ହାସଲ କରିବା ବାସ୍ତବିକ ଆହ୍ବାନପୂର୍ଣ୍ଣ । ମାତ୍ର ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇପାରିଲା । ମ୍ୟାଚ ପରବର୍ତ୍ତୀ ପ୍ରତିକ୍ରିୟାରେ ଏହା କହିଛନ୍ତି ରୁଟ୍‌ ।

ଭାରତ ସାମ୍ନାରେ 420 ରନର ବିଜୟ ଲକ୍ଷ୍ୟ ରଖିବା ପରେ ସ୍ପିନର ଜାକ ଲିଚ 4ଟି ୱିକେଟ ଓ ଭେଟେରାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ 3ଟି ୱିକେଟ ହାତେଇଥିଲେ । ଫଳରେ ଭାରତରୁ 192 ରନରେ ସୀମିତ ରଖିବା ସହ 4 ଟିକିଆ ସିରିଜରେ 1-0ରେ ଆଗୁଆ ହୋଇଛି ଇଂଲଣ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.