ETV Bharat / sports

ଧୋନିଙ୍କ ଖେଳ ଶେଷ ! - ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ

ଭାରତୀୟ କ୍ରିକେଟରେ କ୍ୟାପଟେନ କୁଲ ଧୋନିଙ୍କ ଖେଳ ଶେଷ ହୋଇଛି । ଏମିତି କିଛି ସଙ୍କେତ ଦେଇଛନ୍ତି ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Oct 24, 2019, 10:15 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ କ୍ୟାପଟେନ କୁଲ ଧୋନିଙ୍କ ଖେଳ ଶେଷ ହୋଇଛି । ଏମିତି କିଛି ସଙ୍କେତ ଦେଇଛନ୍ତି ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ । ବାଂଲାଦେଶ ବିପକ୍ଷ ଟି-20 ଓ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି ।

ତେବେ ଧୋନିଙ୍କୁ ଟି-20 ଦଳରେ ସ୍ଥାନ ମିଳିନାହିଁ । ଧୋନିଙ୍କୁ ନେଇ ପ୍ରଶ୍ନର ଉତ୍ତରରେ ଏମଏସକେ ପ୍ରସାଦ କହିଛନ୍ତି, 'ଏହା ସ୍ପଷ୍ଟ ଧୋନିଙ୍କ ବିନା ଆମକୁ ଆଗକୁ ବଢିବାକୁ ହେବ' । ଭାରତୀୟ ଦଳ ଦକ୍ଷ ଓ ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନଙ୍କୁ ଅଧିକ ସୁଯୋଗ ଦେବ । ଧୋନିଙ୍କ ସହିତ ଯୁବ ଖେଳାଳିଙ୍କୁ ଚୟନ ନେଇ କଥାବାର୍ତ୍ତା ହୋଇଛି । ଏବଂ ଧୋନି ମଧ୍ୟ ଏହି ନିଷ୍ପତ୍ତିରେ ସମ୍ମତି ପ୍ରକାଶ କରିଛନ୍ତି । ଏହା କହିଛନ୍ତି ଏମଏସକେ ପ୍ରସାଦ ।

ତେବେ ସେ ବିସିସିଆଇ ସଭାପତି ଥିବା ପର୍ଯ୍ୟନ୍ତ ସମସ୍ତ ଖେଳାଳି ସମ୍ମାନ ପାଇବା ନେଇ ଦିନକ ପୂର୍ବରୁ କହିଥିଲେ ସୌରଭ ଗାଙ୍ଗୁଲି । ଏଥିସିହିତ ଧୋନିଙ୍କ ନିଷ୍ପତ୍ତିକୁ ବିସିସିଆଇ ସମ୍ମାନ ଜଣେଇବ ଓ ଚମ୍ପିଆନ ଖେଳାଳି ଏତେ ଶୀଘ୍ର ହାର ମାନନ୍ତିନି ବୋଲି ମଧ୍ୟ କହିଥିଲେ ଗାଙ୍ଗୁଲି ।

ଧୋନି କ୍ରିକେଟ ବିଶ୍ବକପ ସେମିଫାଇନଲରେ ଭାରତ ପରାଜିତ ହୋଇ ବିଦାୟ ନେବାପରେ, ଦଳରୁ ବାହାରେ ଅଛନ୍ତି । ୱେଷ୍ଟଇଣ୍ଡିଜ ଗସ୍ତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଦଳରେ ସାମିଲ ନଥିଲେ । ତେବେ ରାଞ୍ଚି ଟେଷ୍ଟରେ ଧୋନିଙ୍କୁ ଭାରତୀୟ ଡ୍ରେସିଂ ରୁମରେ ଦେଖିବାକୁ ମିଳିଥିଲା ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.