ETV Bharat / sports

ବିଶ୍ବକପ: ଇଣ୍ଡିଜ ପାଇଁ 'କର ବା ମର' ପରିସ୍ଥିତି - ବିଶ୍ବକପ

ଶନିବାର 2ୟ ମ୍ୟାଚରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ-ଓ୍ବେଷ୍ଟଇଣ୍ଡିଜ । 9 ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲରେ 2ୟ ସ୍ଥାନରେ ରହିଛି ବ୍ଲାକକ୍ୟାପ ଟିମ । ତେବେ ଆଜିର ମ୍ୟାଚରେ ଇଣ୍ଡିଜ ଜିତିବା ଲକ୍ଷ୍ୟରେ ଓଲ୍ଡ ଟ୍ରାଫଡ ଗ୍ରାଉଣ୍ଡରେ ଓହ୍ଲାଇବ ।

ଡିଜାଇନ ଫଟୋ
author img

By

Published : Jun 22, 2019, 2:59 PM IST

ମାଞ୍ଚେଷ୍ଟର: କ୍ରିକେଟ ମହାକୁମ୍ଭର 29ତମ ମ୍ୟାଚ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫଡ ଗ୍ରାଉଣ୍ଡରେ ଖେଳାଯିବ । ଏହି ମୁକାବିଲାରେ ନ୍ୟୁଜଲାଣ୍ଡ-ଓ୍ବେଷ୍ଟଇଣ୍ଡିଜ ମୁହାଁମୁହିଁ ହେବେ । ତେବେ ଆଜିର ମ୍ୟାଚ ଇଣ୍ଡିଜ ଦଳ ପାଇଁ କର ବା ମର ମୁକାବିଲା । ଏପଟେ କିଓ୍ବି ଦଳ 5ମ ବିଜୟ ଲକ୍ଷ୍ୟ ହାସଲ କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ।

ନ୍ୟୁଜଲାଣ୍ଡ ବର୍ତ୍ତମାନ ସୁଦ୍ଧା 4ଟି ମ୍ୟାଚ ଖେଳି ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ତେବେ 9 ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲରେ 2ୟ ସ୍ଥାନ ରହିଛି ।

match
ଫଟୋ ସୌଜନ୍ୟ: ସୋସିଆଲମିଡିଆ @cricketworldcup

ଅନ୍ୟପଟେ ଇଣ୍ଡିଜ ଟିମ କ୍ରମାଗତ ଭାବେ 3ଟି ମ୍ୟାଚ ହାରି ପଏଣ୍ଟ ଟେବୁଲର 7ମ ସ୍ଥାନରେ ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ କେବଳ ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଜିତି ଥିଲା । ଏହାପରେ ଅଷ୍ଟ୍ରେଲିଆ,ଇଂଲଣ୍ଡ ଓ ବାଲାଂଦେଶ ଠାରୁ ପରାଜିତ ହୋଇଥିବା ବେଳେ ଦ.ଆଫ୍ରିକା ବିପକ୍ଷରେ ହେବାକୁ ମ୍ୟାଚ ବର୍ଷା ଯୋଗୁଁ ବାତିଲ କରାଯାଇଥିଲା । ତେବେ ଆଜିର ମ୍ୟାଚ ଇଣ୍ଡିଜ ହାତରୁ ଖସିଗଲେ ସେମିଫାଇନାଲ ସ୍ବପ୍ନ ପ୍ରାୟତଃ ଭାଙ୍ଗିଯିବ । ତେଣୁ ଆଜି ଇଣ୍ଡିଜକୁ ଦଳଗତ ପ୍ରଦର୍ଶନ କରିବାକୁ ପଡିବ ।

ଏପଟେ ଆଜିର ମ୍ୟାଚ ହାତେଇ ସେମିଫାଇନାଲରେ ନିଜର ସ୍ଥିତି ମଜବୁତ କରିବାକୁ ଚାହିଁବ ନ୍ୟୁଜିଲାଣ୍ଡ ଟିମ । ଦଳରେ ଖେଳାଳି ଫର୍ମରେ ରହିଛନ୍ତି । ଗତ ମ୍ୟାଚରେ ଦ.ଆଫ୍ରିକା ବିପକ୍ଷରେ ଟିମ୍‌ର ଖେଳାଳି କେନ ଓ୍ବଲିୟମସନ ଶତକୀୟ ପାରି ଖେଳିଥିଲେ ।

ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ଏକାଦଶ ଦଳ: ମାର୍ଟିନ ଗୁପ୍ଟିଲ, କଲିନ ମନ୍ରୋ, କେନ ୱିଲିୟମସନ(କ୍ୟାପଟେନ), ରସ ଟେଲର, ଟମ ଲାଥମ(ୱିକେଟକିପର), ଜେମ୍ସ ନିଶାମ, କଲିନ ଦି ଗ୍ରାଣ୍ଡହୋମ, ମିଚେଲ ସାଣ୍ଡନର, ଟିମ ସାଉଦି, ଟ୍ରେଣ୍ଟ ବୋଲ୍ଟ, ଲୁକି ଫର୍ଗୁସନ ।

ୱେଷ୍ଟଇଣ୍ଡିଜ ସମ୍ଭାବ୍ୟ ଏକାଦଶ ଦଳ: କ୍ରିସ ଗେଲ, ସାଇ ହୋପ(ୱିକେଟକିପର), ଡାରେନ ବ୍ରାଭୋ, ସିମ୍ରନ ହେଟମେୟର, ଆନ୍ଦ୍ରେ ରସେଲ, ଜେସେନ ହେଲ୍ଡର(କ୍ୟାପଟେନ), ଆସଲେ ନର୍ସ, ସେଲଡନ କଟ୍ରେଲ, ଓସାନ ଥୋମାସ, କାର୍ଲୋସ ବାର୍ଥୱେଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.