ସିଡନୀ: ଗୁରୁବାର ଠାରୁ ସିଡନୀରେ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ । ତେବେ ମ୍ୟାଚ ଆରମ୍ଭ ପୂର୍ବରୁ ଜାତୀୟ ସଙ୍ଗୀନ ଗାନ ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଭାରତୀୟ ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ଭାରତୀୟ ଜାତୀୟ ସଙ୍ଗୀନ ଗାନ ସମୟରେ ଭାବବିହ୍ବଳ ହୋଇପଡିଥିଲେ । ସେ ତାଙ୍କ ଲୁହକୁ ଲୁଚାଇବାକୁ ଚେଷ୍ଟା କରି ମଧ୍ୟ ସଫଳ ହୋଇନଥିଲେ । ସିଡନୀ କ୍ରିକେଟ ଗ୍ରାଉତଣ୍ଡରେ କ୍ୟାମେରାରେ କଏଦ ହୋଇଥିଲା ଏହି ଦୃଶ୍ୟ । ଜାତୀୟ ସଙ୍ଗୀନ ଗାନ ସମୟରେ ସିରାଜ ଭାବୁକ ହୋଇପଡିବା ସହ ତାଙ୍କ ଆଖିରେ ଲୁହ ଦେଖାଯାଇଥିଲା । ପରେ ଦୁଇ ହାତରେ ଲୁହକୁ ପୋଛିଥିଲେ । ଏହି ଦୃଶ୍ୟ cricket.com.au.ର ଅଫିସିଆଲ ଟ୍ବିଟର ପେଜ୍ ରେ ସେୟାର କରିଛି ।
-
Mohammed Siraj In Tears While Singing Indian National Anthem #AUSvIND #mohammadsiraj #TeamIndia #IndianCricketTeam pic.twitter.com/xgJihOsI8k pic.twitter.com/MMozz09VPA
— iamfarhanqkhan007 (@iamfrhanqkhan21) January 7, 2021 " class="align-text-top noRightClick twitterSection" data="
">Mohammed Siraj In Tears While Singing Indian National Anthem #AUSvIND #mohammadsiraj #TeamIndia #IndianCricketTeam pic.twitter.com/xgJihOsI8k pic.twitter.com/MMozz09VPA
— iamfarhanqkhan007 (@iamfrhanqkhan21) January 7, 2021Mohammed Siraj In Tears While Singing Indian National Anthem #AUSvIND #mohammadsiraj #TeamIndia #IndianCricketTeam pic.twitter.com/xgJihOsI8k pic.twitter.com/MMozz09VPA
— iamfarhanqkhan007 (@iamfrhanqkhan21) January 7, 2021
ଏହି ଟ୍ବିଟ ଭିଡିଓକୁ ନେଇ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ୱାସିମ ଜାଫର ନିଜର ପ୍ରତିକ୍ରିୟା ରଖିଛନ୍ତି ।
"ଉତ୍ସାହିତ କରିବାକୁ ଅଳ୍ପ ଦର୍ଶକ କିମ୍ବା କୌଣସି ଦର୍ଶକ ନଥିଲେ ମଧ୍ୟ, ଭାରତ ପାଇଁ ଖେଳିବା ଠାରୁ ବଡ କଥା କିଛି ବି ହୋଇ ନପାରେ । ଏକଦା ଜଣେ କିମ୍ବଦନ୍ତୀ କହିଥିଲେ, ତୁମେ ଦର୍ଶକଙ୍କ ପାଇଁ ନୁହେଁ ବରଂ ଦେଶ ପାଇଁ ଖେଳ ।"
26 ବର୍ଷୀୟ ସିରାଜ, ସ୍ବପ୍ନର ପଦାର୍ପଣ ଟେଷ୍ଟ ମେଲବୋର୍ଣ୍ଣରେ ବକ୍ସିଂ ଡେ ଟେଷ୍ଟରେ କରିଛନ୍ତି । ଏହି ମ୍ୟାଚରେ 5ଟି ୱିକେଟ ହାସଲ କରିବା ସହ ଭାରତକୁ 8 ୱିକେଟରେ ବିଜୟୀ ହେବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ।
ତେବେ ସିଡନୀରେ ସିରାଜ ଭାବବିହ୍ବଳ ହେବାର କାରଣ ମଧ୍ୟ ରହିଛି । ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ସେ ନିଜର ପିତାଙ୍କୁ ହରାଇଛନ୍ତି । ଭାରତୀୟ ଟିମ ନଭେମ୍ବରରେ ଅଷ୍ଟ୍ରେଲିଆରେ ପହଞ୍ଚିବାର ପ୍ରାୟ ସପ୍ତାହେ ପରେ ସିରାଜଙ୍କ ପିତା ସବୁଦିନ ପାଇଁ ଛାଡି ଚାଲିଯାଇଥିଲେ । ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ତାଙ୍କୁ ଭାରତ ଫେରିଯାଇ ପରିବାର ସହ ରହିବାକୁ ବିକଳ୍ପ ଦିଆଯାଇଥିଲା । ମାତ୍ର ସେ ଅଷ୍ଟ୍ରେଲିଆରେ ହିଁ ରହିବାକୁ ନିଷ୍ପତ୍ତି ନେଇଥିଲେ । ସ୍ବର୍ଗତ ପିତାଙ୍କ ସ୍ବପ୍ନଥିଲା ଦେଶକୁ ପ୍ରତିନିଧିତ୍ବ କରିବା ସହ ଭଲ ପ୍ରଦର୍ଶନ କରିବାପାଇଁ ବୋଲି ସେ କହିଥିଲେ ।
ପିତାଙ୍କ ବିୟୋଗ ପରେ ବିସିସିଆଇ ଟିଭିକୁ ସିରାଜ କହିଥିଲେ," ଏହା ମୋ ପାଇଁ ସବୁଠୁ ବଡ କ୍ଷତି, କାରଣ ସେ ମୋର ସବୁଠୁ ବଡ ପ୍ରଶଂସକ ଥିଲେ । ମୋ ପିତାଙ୍କ ସ୍ବପ୍ନ ଥିଲା ଦେଶ ପାଇଁ ଖେଳିବା ସହ ପ୍ରଦର୍ଶନ ଦ୍ବାରା ଦେଶକୁ ଗର୍ବିତ କରିବା । ସେଥିପାଇଁ ମୁଁ, ମୋ ପିତାଙ୍କ ସ୍ବପ୍ନ ସାକାର କରିବାକୁ ଚାହେଁ । ମୋର ପିତା ମୋ ଦୁନିଆରେ ନଥାଇ ପାରନ୍ତି ମାତ୍ର ମୋ ହୃଦୟରେ ଅଛନ୍ତି । ମା'ଙ୍କ ସହ କଥା ହେବା ପର ସେ ପିତାଙ୍କ ସ୍ବପ୍ନ କଥା ସ୍ମରଣ କରାଇଛନ୍ତି ଓ ଭଲ ପ୍ରଦର୍ଶନ ପାଇଁ କହିଛନ୍ତି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ