ମୁମ୍ବାଇ: ଚଳିତ ଆଇପିଏଲରେ ବ୍ୟସ୍ତ କାର୍ଯ୍ୟସୂଚୀ ଭିତରେ ରହିଛନ୍ତି ଭାରତୀୟ କ୍ରିକେଟର । ମାତ୍ର ଏହା ଭିତରୁ ସମୟ କାଡି ନିଜ ନିଜ ପରିବାର ସହିତ କିଛି ସମୟ ବିତାଉଛନ୍ତି ଖେଳାଳିମାନେ। ତେବେ ଇତି ମଧ୍ୟରେ ହିଟମ୍ୟାନ ରୋହିତ ଶର୍ମା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ୩ମାସର ଝିଅକୁ ନିଜ ପତ୍ନୀ ମିଶି ବିଶ୍ବର ଉଚ୍ଚକୋଟିର ଭାଷା ସ୍ପାନିଶ୍ ଶିଖାଉଛନ୍ତି।
-
Spanish lessons at 3 months #muybien pic.twitter.com/voFRUDBy4d
— Rohit Sharma (@ImRo45) April 10, 2019 " class="align-text-top noRightClick twitterSection" data="
">Spanish lessons at 3 months #muybien pic.twitter.com/voFRUDBy4d
— Rohit Sharma (@ImRo45) April 10, 2019Spanish lessons at 3 months #muybien pic.twitter.com/voFRUDBy4d
— Rohit Sharma (@ImRo45) April 10, 2019
ରୋହିତ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡଲରେ ଏହି ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ୩ମାସର ଝିଅକୁ ହସୁଥିବାରୁ ଦେଖିବାକୁ ମିଳିଛି । ସେ ଭିଡିଓ କ୍ୟାପସନରେ ଉଲ୍ଲେଖ କରିଛନ୍ତି ଯେ, ସ୍ପାନିଶ୍ ଲେସନ ଆଟ ଥ୍ରୀ ମନ୍ଥ । ଅର୍ଥାତ ତିନିମାସରେ ସ୍ପାନିଶ୍ ଶିକ୍ଷା । ଶେଷରେ ରୋହିତ ଏକ ସ୍ପାନିଶ ଶବ୍ଦ (ମୁ ବିଏନ୍) ମଧ୍ୟ ଲେଖିଛନ୍ତି, ଯାହାର ଅର୍ଥ ବହୁତ ଭଲ।
ତେବେ ସୂଚନାଯୋଗ୍ୟ, ରୋହିତଙ୍କ ଝିଅ ସମାଇରା ଡିସେମ୍ବର ୩୧ ତାରିଖରେ ଜନ୍ମ ହୋଇଥିଲେ। ଏହି ସମୟରେ ରୋହିତ ଅଷ୍ଟ୍ରେଲିଆ ଗସ୍ତରେ ଥିଲେ, କିନ୍ତୁ ଝିଅ ଜନ୍ମ ହେବା ପରେ ସେ ଭାରତ ଫେରିଥିଲେ। ଏହା ପରେ ସେ ପୁଣିଥରେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିଥିଲେ।
ଦେଖନ୍ତୁ ଭିଡିଓ-