ETV Bharat / sports

ଆଇପିଏଲ ଷଷ୍ଠ ମ୍ୟାଚ: କୋଲକତାରେ କେକେଆର-ପଞ୍ଜାବ ଭେଟାଭେଟି - KXIP

ବୁଧବାର ଆଇପିଏଲର ଷଷ୍ଠ ମ୍ୟାଚ । କିଙ୍ଗ୍ସ ଏକାଦଶ ପଞ୍ଜାବ vs କୋଲକାତ ନାଇଟ ରାଇଡର୍ସ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ @ଆଇପିଏଲ
author img

By

Published : Mar 27, 2019, 6:58 PM IST

Updated : Mar 27, 2019, 7:55 PM IST

କୋଲକତା: ରୋମାଞ୍ଚଚକ ମୋଡରେ ପହଁଚି ସାରିଛି ବିଶ୍ବର ସୁବୁଠାରୁ ଧନୀ କ୍ରିକେଟ ଲିଗ । ବୁଧବାର ଆଇପିଏଲର ଷଷ୍ଠ ମ୍ୟାଚ ଖେଳାଯିବ । ମୁଁହାମୁହିଁ ହେବେକିଙ୍ଗ୍ସ ଏକାଦଶ ପଞ୍ଜାବ ବନାମ କୋଲକତା ନାଇଟ ରାଇଡର୍ସ । କେକେଆର ହୋମ ଗ୍ରାଉଣ୍ଡ ଇଡେନ ଗାର୍ଡେନରେ ଖେଳାଯିବ ଆଜିର ମ୍ୟାଚ ।ଏହି ଦୁଇ ଟିମ କେକେଆର ଓ ପଞ୍ଜାବ ନିଜ ନିଜର ପ୍ରଥମ ମ୍ୟାଚ ଜିତି ଆତ୍ମବିଶ୍ବାସରେ ଭରପୁର ରହିଛନ୍ତ ।

ଭିଡିଓ ସୌଜନ୍ୟ- ବ୍ୟୁରୋ ଇନପୁଟ

ତେବେ କେକେଆର ନିଜର ପ୍ରଥମ ମ୍ୟାଚରେ ହାଇଦ୍ରାବାଦକୁ ଖୁବ ଧୋଇ ଥିବାବେଳେ ପଞ୍ଜାବ ମଧ୍ୟ ନିଜ ପ୍ରଥମ ମ୍ୟାଚରେ ରାଜସ୍ଥାନର ରଙ୍ଗ ବଦଳାଇ ଦେଇଥିଲା । ନିଜର ପରାଜୟ ରେକର୍ଡରେ ବ୍ରେକ ଲାଗଇ ପିଙ୍କ ସିଟିରେ ନାଲି ଝଣ୍ଡା ଉଡାଇଥିଲା ପଞ୍ଜାବ । ମାତ୍ର କେକେଆରକୁ ତାର ହୋମ ଗ୍ରାଉଣ୍ଡରେ ହରାଇବା ପଞ୍ଜାବ ପାଇଁ ଆଜି ନିଶ୍ଚୟ କାଠିକର ପାଠ ହେବ । କାରଣ ରେକର୍ଡ ଏମିତି କିଛି କହୁଛି ।

ipl
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ @ଆଇପିଏଲ

ଆଇପିଏଲର 11ଟି ସିଜନରେ ଦୁଇ ଟିମ ମଧ୍ୟରେ ଖେଳାଯାଇଛି 23ଟି ମ୍ୟାଚ । ଯେଉଁଥିରୁ କେକେଆର 15ଟି ମ୍ୟାଚରେ ବାଜି ମାରିଥିବା ବେଳେ ପାଞ୍ଜାବ ହାତରେ ଲାଗିଛି ମାତ୍ର 8ଟି ମ୍ୟାଚ । ତେଣୁ ଆଜି ମ୍ୟାଚ ଅଶ୍ବିନୀ ବ୍ରିଗେଡଙ୍କପାଇଁ କଡା ମୁକାବିଲା ହେବ ।

ipl
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ @ଆଇପିଏଲ

ତେବେ ନଜର ପକାନ୍ତୁ ଦଳର ଟପ 5 ପ୍ଲେୟାରଙ୍କ ଉପରେ । କେକେଆର ପାଖରେ ଅଛନ୍ତି ସୁନିଲ ନାରାୟଣ, ଆନ୍ଦ୍ରେରସଲେ, କୁଳଦୀପ ଯାଦବ, ଦିନେଶ କାର୍ତ୍ତିକ, ସୁଭମ ଗିଲଙ୍କ ଭଳିଯୁବ ବ୍ୟାଟ୍ସମ୍ୟାନ ଯାହାଙ୍କୁ ନେଇ ଶକ୍ତିଶାଳୀକେକେଆର ଟିମ । ସେହିପରି ଯଦି ନଜର ପକାଇବା ପାଞ୍ଜାବର ଟପ 5 ଖେଳାଳିଙ୍କଉପରେ, ତେବେ ପ୍ରଥମ ନା ଆସିବ କ୍ରିସ ଗେଲଙ୍କର। ସେହିପରି କେଏଲ ରାହୁଲ ଅଛନ୍ତି, ସାମ କୁରଣ, ରବିଚନ୍ଦ୍ରନ ଅଶ୍ବିନୀ, ମୁଜବି ରେହମାନ ବି ଦଳରେ ସାମିଲ ଅଛନ୍ତି ।

ତେବେ ଖାଲି ଅପେକ୍ଷା ଇଡେନ ଗାର୍ଡେନର ସନ୍ଧ୍ୟା 8ଟା ଲଢେଇକୁ ।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

Intro:Body:Conclusion:
Last Updated : Mar 27, 2019, 7:55 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.