ETV Bharat / sports

ମୋ କ୍ୟାରିୟର ଶେଷ ଭାଗକୁ ମୁଁ ସଠିକ୍‌ ରାସ୍ତାରେ ନେଇ ନଥିଲି: ଯୁବରାଜ ସିଂ - ମୋ କ୍ୟାରିୟର ଶେଷ ଭାଗକୁ ମୁଁ ସଠିକ୍‌ ରାସ୍ତାରେ ନେଇ ନଥିଲି

କିଛି ମହାନ କ୍ରିକେଟରଙ୍କ ଉଦାହରଣ ଦେଇ ସେ କହିଛନ୍ତି, ସେମାନଙ୍କ ପରି ମୁଁ ମଧ୍ୟ ମୋ କ୍ୟାରିଅରର ଶେଷ ଭାଗକୁ ଗୁରୁତ୍ବ ସହ ନେଇ ନଥିଲି । ମୁଁ ସେହି ସମୟକୁ ସମ୍ମାନ କରି ନଥିଲି ।

was-handled-unprofessionally-at-the-end-of-my-career-yuvraj-singh-slams-bcci
ମୋ କ୍ୟାରିୟର ଶେଷ ଭାଗକୁ ମୁଁ ସଠିକ୍‌ ରାସ୍ତାରେ ନେଇ ନଥିଲି: ଯୁବରାଜ ସିଂ
author img

By

Published : Jul 26, 2020, 10:46 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଅନୁଭବ କରୁଛନ୍ତି ଯେ ସେ ତାଙ୍କ କ୍ୟାରିୟର ଶେଷ ଭାଗକୁ ବହୁତ ଅଣ-ବୃତ୍ତିଗତ ଭାବରେ ପରିଚାଳନା କରିଛନ୍ତି । ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଭାବରେ ବିବେଚିତ ହୋଇଥିବା ଯୁବରାଜ ଗତ ବର୍ଷ ଜୁନ୍ ମାସରେ ଅବସର ଗ୍ରହଣ କରିଥିଲେ ।

ତେବେ କିଛି ମହାନ କ୍ରିକେଟରଙ୍କ ଉଦାହରଣ ଦେଇ ସେ କହିଛନ୍ତି, ସେମାନଙ୍କ ପରି ମୁଁ ମଧ୍ୟ ମୋ କ୍ୟାରିଅରର ଶେଷ ଭାଗକୁ ଗୁରୁତ୍ବ ସହ ନେଇ ନଥିଲି । ମୁଁ ସେହି ସମୟକୁ ସମ୍ମାନ କରି ନଥିଲି ।

"ମୋତେ ଲାଗେ ମୋ କ୍ୟାରିୟରର ଶେଷ ଆଡକୁ ମୁଁ ଯେପରି ଭାବେ ପରିଚାଳନା କରିଥିଲି, ତାହା ଆଦୌ ଗୋଟେ ବୃତ୍ତିଗତ କ୍ରିକେଟରଙ୍କ ପରି ନଥିଲା । ସେହିପରି ହରଭଜନ ସିଂ, ବିରେନ୍ଦର ସେହୱାଗ, ଜାହିର ଖାନଙ୍କ ପରି କିଛି ମହାନ ଖେଳାଳି ମଧ୍ୟ ମୋ ପରି କରିଛନ୍ତି । ତେଣୁ ଏହା ଭାରତୀୟ କ୍ରିକେଟ୍ ର ଏକ ଅଂଶ, ମୁଁ ଏହା ଅତୀତରେ ଦେଖିଥିଲି ଏବଂ ମୁଁ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇ ହୋଇ ନାହିଁ । ’’ ବୋଲି ଯୁବରାଜ ଏକ ସୋ' ରେ କହିଛନ୍ତି ।

"କିନ୍ତୁ ଭବିଷ୍ୟତରେ, ଯିଏ ଦୀର୍ଘ ଦିନ ଧରି ଭାରତ ପାଇଁ ଖେଳିଛି ଏବଂ କଠିନ ପରିସ୍ଥିତି ଦେଇ ଗତି କରିଛି, ଆପଣ ନିଶ୍ଚିତ ଭାବରେ ତାଙ୍କୁ ସମ୍ମାନ ଦେବା ଉଚିତ । ଗୌତମ ଗମ୍ଭୀରଙ୍କ ପରି କେହି ଜଣେ ଯିଏ ଆମ ପାଇଁ ଦୁଇଟି ବିଶ୍ବକପ ଜିତିଛନ୍ତି । ଟେଷ୍ଟରେ ସୁନୀଲ ଗାଭାସ୍କରଙ୍କ ପରେ ସବୁଠାରୁ ବଡ ମ୍ୟାଚ୍ ବିଜେତା ହୋଇଥିବା ସେହ୍ବାଗ୍ । ଭିଭିଏସ୍ ଲକ୍ଷ୍ମଣ, ଜାହିର ଖାନ୍ ପରି ବଡ ମ୍ୟାଚ ଉଇନରଙ୍କୁ ସମ୍ମାନ ଦେବା ଉଚିତ୍‌ ।

ଉଲ୍ଲେଖଥାଉ କି, ଶତାବ୍ଦୀରେ ଆଇସିସି ଇଭେଣ୍ଟରେ ଭାରତର 2ଟି ବୃହତ ବିଜୟ - ବିଶ୍ୱ ଟି -20 2007 ଏବଂ ବିଶ୍ୱକପ 2011ରେ ଯୁବରାଜ ଦଳର ଏକ ଅବିଚ୍ଛେଦ୍ୟ ସଦସ୍ୟ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.