ETV Bharat / sports

ନକ୍ସଲ ଆକ୍ରମଣରେ 22 ଯବାନ ସହିଦ ଘଟଣା, ଛାତି ଫାଟିଯାଉଛି କହିଲେ ସେହ୍ବାଗ

author img

By

Published : Apr 4, 2021, 4:52 PM IST

ଛତିଶଗଡର ସୁକମାରେ ନକ୍ସଲ ଆକ୍ରମଣରେ ସହିଦ ଯବାନଙ୍କୁ ବିରେନ୍ଦ୍ର ସେହ୍ବାଗଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ...

Virender Sehwag pays homage to martyrs of Naxal attack in Chhattisgarh
ନକ୍ସଲ ଆକ୍ରମଣରେ 22 ଯବାନ ସହିଦ, ଛାତି ଫାଟିଯାଉଛି କହିଲେ ସେହ୍ବାଗ

ହାଇଦ୍ରାବାଦ: କିମ୍ବଦନ୍ତୀ ଭାରତୀୟ ଓପନର ବିରେନ୍ଦ୍ର ସେହ୍ବାଗ ଛତିଶଗଡର ସୁକମାରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । 22ଜଣ ଯବାନ ସହିଦ ଓ ଅନେକ ଆହତ ଖବରରେ ମର୍ମାହତ ହୋଇଛନ୍ତି ପୂର୍ବତନ କ୍ରିକେଟର ସେହ୍ବାଗ ।

ଏହି ଖବର ଶୁଣି ଛାତି ଫାଟି ଯାଉଛି ବୋଲି ଟ୍ବିଟରେ ଲେଖିଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରାେଗ୍ୟ କାମନା କରିଛନ୍ତି । ଯବାନଙ୍କ ବଳିଦାନ ଏ ଦେଶ ସର୍ବଦା ମନେରଖିବ ବୋଲି ଆବେଗପୂର୍ଣ୍ଣ ଟ୍ବିଟରେ ଲେଖିଛନ୍ତି ସେହ୍ବାଗ । ସମସ୍ତ ସହିଦ ଯବାନଙ୍କୁ ନମନ କରିଛନ୍ତି ।

  • Heart breaking to hear the news of loss of 22 security personnel and injuries to many in the #NaxalAttack in Sukma in Chhattisgarh. Nation is indebted to the jawans who laid down their lives. Naman to the martyrs.

    — Virender Sehwag (@virendersehwag) April 4, 2021 " class="align-text-top noRightClick twitterSection" data=" ">

ଦେଶର ସୁରକ୍ଷା ପାଇଁ ଦିନରାତ୍ରୀ ଏକ କରି ସଜାଗଥିବା ସୁରକ୍ଷାକର୍ମଚାରୀ ଭୀରୁ ନକ୍ସଲଙ୍କ ବର୍ବରକାଣ୍ଡର ଶିକାର ହୋଇଛନ୍ତି । ଭୟରେ ସାମ୍ନାକୁ ଆସିବାକୁ ଦମ ନଥିବା ନକ୍ସଲ, ଦେଶମାତୃକାର ସେବାରେ ନିୟୋଜିତ ବୀର ପୁଅଙ୍କୁ ଲୁଚି ଲୁଚି ଲହୁଲୁହାଣ କରିଛନ୍ତି ।

ସଦ୍ୟତମ ଖବର ଅନୁଯାୟୀ, ଶନିବାର ଛତିଶଗଡର ସୁକମା- ବିଜାପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ଜଙ୍ଗଲିଆ ଅଞ୍ଚଳରେ ହୋଇଥିବା ନକ୍ସଲ ଆକ୍ରମଣରେ 22ଜଣ ଯବାନ ସହିଦ ହୋଇଛନ୍ତି । ସ୍ଥାନୀୟ ପୋଲିସ ଛତିଶଗଡ ଜଙ୍ଗଲରୁ ଗୁଳିର ଶିକାର ହୋଇଥିବା 17ଟି ଯବାନଙ୍କ ମୃତଦେହ ଉଦ୍ଧାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.