ନୂଆଦିଲ୍ଲୀ: ଚିକୁକୁ ଚିଠି । ଚିଠିରେ ଜନ୍ମଦିନର ଶୁଭେଚ୍ଛା । ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବିରାଟ । ତେବେ ଆପଣ ନିଶ୍ଚେ ଦ୍ବନ୍ଦ୍ବରେ ପଡିଯିବେଣି । କିଏ ଏହି ଚିକୁ? ଚିକୁ କଣ ପାଇଁ ବିରାଟ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଆମେ ଜଣାଇ ଦେଉଛୁ । ବିରାଟଙ୍କ ଡାକ ନାମ ହେଉଛି ଚିକୁ । ଆଉ ୧୫ ବର୍ଷ ବୟସ୍କ ଚିକୁକୁ ଚିଠିରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ବିରାଟ।
ନିଜ ଜନ୍ମଦିନକୁ ନିଆର ଢଙ୍ଗରେ ପାଳିବାକୁ ବିରାଟ ନିଜର ପିଲା ବେଳ କଥା ମନେପକାଇ ନିଜେ ନିଜକୁ ଏହି ଚିଠି ଲେଖିଛନ୍ତି। ଆଉ ଚିଠିରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଚିଠିକୁ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ବିରାଟ ଟ୍ବିଟ କରି ଲେଖିଛନ୍ତି, ‘ମୋ ଜୀବନର ଶିକ୍ଷା ମତେ 15 ବର୍ଷରେ ମିଳିସାରିଥିଲା । ମୁଁ ଏହି ଚିଠିରେ ସବୁ କିଛି ଲେଖିବାକୁ ଚେଷ୍ଟା କରିଛି । ଏହି ଚିଠିକୁ ସେହି 15 ବର୍ଷିୟ ଚିକୁକୁ ପଢିବାକୁ ଦିଅ।’
ତେବେ ଆଜି 31 ବର୍ଷରେ ପାଦ ଥାପିଛନ୍ତି ବିରାଟ। ଫିଟ୍ନେସ ମାମଲାରେ ପ୍ରତି ଭାରତୀୟ ଯୁବପିଢିଙ୍କ ପ୍ରେରଣା ସାଜିଥାନ୍ତି ବିରାଟ । 2008ରୁ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିବା କୋହଲି କେବେ ଆଉ ପଛକୁ ଚାହିଁନାହାନ୍ତି । ରେକର୍ଡ ପରେ ରେକର୍ଡ ବ୍ରେକ କରି ଚାଲିଛନ୍ତି । ସ୍କୋର ବୋର୍ଡରେ ରନର ପାହାଡ ଠିଆ କରି ଚାଲିଛନ୍ତି । ଅନେକ ମହାନ କ୍ରିକେଟରଙ୍କ କିର୍ତ୍ତିମାନକୁ ନିଜ ନାମରେ ଲେଖିଛନ୍ତି । ତେବେ ଚର୍ଚ୍ଚା ହୁଏ, ଯଦି ଭାରତୀୟ କ୍ରିକେଟରେ କେବେ ସଚିନଙ୍କ ସ୍ଥାନ ଯଦି ପୂରଣ ହୁଏ, ସେଠି ଲେଖାଯିବ କେବଳ ବିରାଟଙ୍କ ନାମ।