ETV Bharat / sports

ବିରାଟ କୋହଲିଙ୍କ ବିରୁଦ୍ଧରେ ଦୈତସ୍ବାର୍ଥ ଅଭିଯୋଗ

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ବିରୁଦ୍ଧରେ ଦୈତସ୍ବାର୍ଥ ଅଭିଯୋଗ । ଏନେଇ ବିସିସିଆଇ ଲୋକପାଳ ଡିକେ ଜେନଙ୍କୁ ଇମେଲ ଯୋଗେଁ ଜଣାଇଛନ୍ତି ସଞ୍ଜୀବ ଗୁପ୍ତା ।

Virat Kohli under conflit scanner, Gupta writes to BCCI Ethics Officer
ବିରାଟ କୋହଲିଙ୍କ ବିରୁଦ୍ଧରେ ଦୈତସ୍ବାର୍ଥ ଅଭିଯୋଗ
author img

By

Published : Jul 5, 2020, 4:07 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ବିରୁଦ୍ଧରେ ଦୈତସ୍ବାର୍ଥ ଅଭିଯୋଗ । ଏନେଇ ବିସିସିଆଇ ଲୋକପାଳ ଡିକେ ଜେନଙ୍କୁ ଇମେଲ ଯୋଗେଁ ଜଣାଇଛନ୍ତି ସଞ୍ଜୀବ ଗୁପ୍ତା ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସମ୍ବିଧାନ ସଂଶୋଧନ ସମୟରେ ଲୋଧା କମିଟିର ସୁପାରିଶକୁ ସୁପ୍ରିମକୋର୍ଟରୁ ଅନୁମୋଦନ ମିଳିଥିଲା । କ୍ରିକେଟ ପ୍ରଶାସନିକ ସ୍ତରରେ ସ୍ବଚ୍ଛତା ପାଇଁ ଦୈତସ୍ବାର୍ଥ ମାମଲାକୁ ପ୍ରଶୟ ଦେବା ଉଚିତ ନୁହେଁ ବୋଲି ଦର୍ଶାଯାଇଥିଲା । ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକାଧିକ ପଦରେ ଥିବା ଅଭିଯୋଗ ହୋଇଥିଲା । ବର୍ତ୍ତମାନର କ୍ୟାପଟେନ ବିରାଟ କୋହଲିଙ୍କ ନାମରେ ମଧ୍ୟ ସମାନ ପ୍ରକାର ଅଭିଯୋଗ ଆସିଛି ।

କୋହଲି ନିଜ ବିଜନେସ କାରବାରରେ ଜଡିତ ଥିବା ଏକାଧିକ ପଦ ଲୋଧା କମିଟିର ଉଂଲଘନ କରୁଥିବା ଗୁପ୍ତା କହିଛନ୍ତି । ନୂତନ ବିସିସିଆଇ ସମ୍ବିଧାନ ପଞ୍ଜିକରଣ ସମୟରେ ଲୋଧା ପ୍ୟାନେଲର ସମସ୍ତ ସୁପାରିଶକୁ ଲାଗୁ କରାଯିବ ବୋଲି ସୁପ୍ରିମକୋର୍ଟର ଅନୁମତି ମିଳିଥିଲା ।

ଅଭିଯୋଗ ଅନୁଯାୟୀ "ବିରାଟ କୋହଲି ଗୋଟିଏ ସମୟରେ ଦୁଇଟି ପଦରେ ରହିଛନ୍ତି । ଯାହା ସୁପ୍ରିମକୋର୍ଟ ଅନୁମୋଦିତ ବିସିସିଆ ସମ୍ବିଧାନର ଧାରା 38(4)ର ଉଲଂଘନ କରୁଛି । ଗୋଟିଏ ସମୟରେ ଗୋଟିଏ ପଦରେ ସେ ରହିପାରିବେ । ଦୁଇଟି ପଦ ଧାରା A-38(4)a - ଖେଳାଳି । B- 38(4)(0)- ସାମୟିକ ପଦବୀ , ବିସିସିଆଇର ଧାରା 38(1)(iii) ଅନ୍ତର୍ଭୁକ୍ତ ରହିଛି ।"

ବିରାଟ କୋହଲିଙ୍କୁ ବିସିସିଆଇ ଲୋକପାଳ ଗୋଟିଏ ପଦ ଛାଡିବାକୁ ନିର୍ଦ୍ଦେଶ ଦେବାକୁ ଅପିଲ କରିଥିବା କହିଛନ୍ତି ଗୁପ୍ତା । 21.08.18ରେ ସଂଶୋଧିତ ବିସିସିଆଇ ସମ୍ବିଧାନର ନୂଆ ଧାରା ଅନୁଯାୟୀ ଏହା ନିୟମ ରହିଛି । ଆପେକ୍ସ କୋର୍ଟ ପକ୍ଷରୁ ମଧ୍ୟ ଏହାକୁ ଅନୁମତି ରହିଛି ।

କୌଣସି ବ୍ୟକ୍ତିଗତ ସ୍ବାର୍ଥ, ବ୍ୟକ୍ତିଗତ କାର୍ଯ୍ୟକଳାପ, ବିଚାର ବିରୁଦ୍ଧରେ ଅଭିଯୋଗ କରାଯାଇପାରିବ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ବିସିସିଆଇ ସମ୍ବିଧାନରେ ଦର୍ଶାଯାଇଛି ।

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ବିରାଟ କୋହଲି ସ୍ପୋର୍ଟ୍ସ LLP କମ୍ପାନିରେ ଦୁଇଜଣ ନିର୍ଦ୍ଦେଶକ/ମାଲିକ(ବିରାଟ କୋହଲି ଓ ଅରୁଣ ସାଜଦେଶ) ରହିଛନ୍ତି । ସେହିପରି କର୍ଣ୍ଣରଷ୍ଟୋନ ଭେନଚର୍ ପାର୍ଟନର୍ସ LLP କମ୍ପାନିରେ ତିନିଜଣ ନିର୍ଦ୍ଦେଶକ/ମାଲିକ(ବିରାଟ କୋହଲି, ଅମିତ ଅରୁଣ ସାଜଦେଶ, ବିନୟ ଭାରତ ଖିମଜି) ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.