ETV Bharat / sports

'ଆଜି ମୋ ଦିନ ଥିଲା' - କୋହଲିଙ୍କୁ ମିଳିଲା ମ୍ୟାନ ଅଫ୍‌ ଦି ମ୍ୟାଚ

ୱେଷ୍ଟଇଣ୍ଡିଜକୁ 59 ରନରେ ମାତ୍‌ ଦେଇଛି ଟିମ୍‌ ଇଣ୍ଡିଆ । ଏହି ମ୍ୟାଚରେ ଦମଦାର୍‌ ପାଳି ଖେଳିଛନ୍ତି ଅଧିନାୟକ ବିରାଟ କୋହଲି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 12, 2019, 11:52 AM IST

ପୋର୍ଟ ଅଫ ସ୍ପେନ: 2ୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ 59 ରନରେ ହରାଇଛି ବିରାଟ ବାହିନୀ । ଫଳରେ ଟିମ୍‌ ଇଣ୍ଡିଆ 3ଟିକିଆ ଦିନିକିଆ ସିରିଜରେ 1-0ରେ ଆଗୁଆ ରହିଛି । କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ 42ତମ ଶତକ ପାଳି ଖେଳିଥିବା ଅଧିନାୟକ ବିରାଟ କୋହଲିଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ମିଳିଛି । ଏହି ଅବସରରେ ଏକ ସମ୍ବାଦିକ ସମ୍ମିଳନୀରେ କୋହଲି ଏହି ମ୍ୟାଚକୁ ନେଇ କହିଥିଲେ ଯେ ସିନିୟରଙ୍କୁ ବଡ ପାଳି ଖେଳିବା ଦରକାର।

ଅଧିନାୟକ କୋହଲି କହିଛନ୍ତି ଯେ, ଆମମାନଙ୍କୁ ଜଣାଥିଲା ଯେ, 270ରୁ ଉର୍ଦ୍ଧ୍ବ ରନର ବିଜୟଲକ୍ଷ୍ୟ ଚାଲେଞ୍ଜିଂ ହେବ । ଟିମକୁ ରନର ଆବଶ୍ୟକତା ବେଳେ ଶତକ ପାଳି ଖେଳିବା ଭଲ ଲାଗେ । ଶିଖର ଓ ରୋହିତ ବଡ ସ୍କାର କରିପାରିଲେ ନାହିଁ । ଟପ୍‌ 3 ଖେଳାଳୀଙ୍କ ମଧ୍ୟରୁ ଜଣକୁ ବଡ ପାଳି ଖେଳିବା ଜରୁରୀ । ଜଣେ ସିନିୟରକୁ ସର୍ବଦା ଏପରି ପାଳି ଖେଳିବା ଦରକାର, ଆଜି ମୋର ଦିନ ଥିଲା ।

virat kohli
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ICC

ଏହା ମଧ୍ୟ ପଢନ୍ତୁ: ଗାଙ୍ଗୁଲିଙ୍କୁ ଟପିଲେ କୋହଲି, ବନିଲେ ଦିନିକିଆରେ ଭାରତର 2ୟ ସର୍ବାଧିକ ରନ ସ୍କୋରର

ସୂଚନାଥାଉକି, ଆଇପିଏଲ ପର ଠାରୁ ଅଧିନାୟକ କୋହଲି କୌଣସି ବଡ ପାଳି ଖେଳି ନଥିଲେ । କ୍ରିକେଟ ମହାକୁମ୍ଭରେ ବି ତାଙ୍କର ବ୍ୟାଟିଂର ଯାଦୁ ଦେଖିବାକୁ ମିଳି ନଥିଲା । ଏହି ମ୍ୟାଚରେ କ୍ୟାପଟେନ ବିରାଟ କୋହଲି ଦିନିକିଆ କ୍ୟାରିୟରର 42 ତମ ଶତକ ହାସଲ କରିଛନ୍ତି। 125 ବଲରୁ 120 ରନର ଜବରଦସ୍ତ ପାଳି ଖେଳିଛନ୍ତି ବିରାଟ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.