ETV Bharat / sports

ବିରାଟ କୋହଲି ଶ୍ରେଷ୍ଠ ସ୍ଥିର ପ୍ରଦର୍ଶନକାରୀ କ୍ରିକେଟର: କାଗିସୋ ରବାଡା

author img

By

Published : Apr 24, 2020, 11:21 AM IST

ଭାରତୀୟ କ୍ୟାପଟେନ ବିରାଟ କୋହଲି ଅନ୍ୟତମ ଶ୍ରେଷ୍ଠ ସ୍ଥିର ପ୍ରଦର୍ଶନକାରୀ କ୍ରିକେଟର । ଏହା କହିଛନ୍ତି ଦକ୍ଷିଣ ଆଫ୍ରିକା ସ୍ପିଡଷ୍ଟାର କାଗିସୋ ରବାଡା । କ୍ରିକେଟର 3ଟି ଫର୍ମାଟରେ କୋହଲିଙ୍କ ପ୍ରଭାବି ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ରବାଡା ।

Virat Kohli is the most consistent performer: Rabada
ବିରାଟ କୋହଲି ଶ୍ରେଷ୍ଠ ସ୍ଥିର ପ୍ରଦର୍ଶନକାରୀ କ୍ରିକେଟର: କାଗିସୋ ରବାଡା

ମୁମ୍ବାଇ: ଭାରତୀୟ କ୍ୟାପଟେନ ବିରାଟ କୋହଲି ଅନ୍ୟତମ ଶ୍ରେଷ୍ଠ ସ୍ଥିର ପ୍ରଦର୍ଶନକାରୀ କ୍ରିକେଟର । ଏହା କହିଛନ୍ତି ଦକ୍ଷିଣ ଆଫ୍ରିକା ସ୍ପିଡଷ୍ଟାର କାଗିସୋ ରବାଡା । କ୍ରିକେଟର 3ଟି ଫର୍ମାଟରେ କୋହଲିଙ୍କ ପ୍ରଭାବି ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ରବାଡା ।

ଦିନିକିଆ କ୍ରିକେଟରେ ବିରାଟ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି । ଟେଷ୍ଟ କ୍ରିକେଟରେ ମଧ୍ୟ ବିରାଟଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରହିଛି । ଏକ ଚାଟ୍ ଶୋରେ ଏହା କହିଛନ୍ତି ରବାଡା । ତେବେ ଇଂଲଣ୍ଡର ବେନ ଷ୍ଟୋକ୍ସ, ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ ଓ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ଷ୍ଟିଭ ସ୍ମିଥଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ରବାଡା ।

24 ବର୍ଷିୟ ରବାଡା 43 ଟି ଟେଷ୍ଟରୁ 197 ୱିକେଟ ହାସଲ କରିଛନ୍ତି । ଦିନିକିଆରେ 75ଟି ମ୍ୟାଚରୁ 117 ୱିକେଟ ହାସଲ କରିଛନ୍ତି । 24 ଟି ଅନ୍ତର୍ଜାତୀୟ ଟି-20ରୁ 3ଟି ୱିକେଟ ମଦ୍ୟ ରବାଡାଙ୍କ ନାମରେ ରହିଛି । ଏଥିସହିତ 18ଟି ଆଇପିଏଲ ମ୍ୟାଚରୁ 31 ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.