ETV Bharat / sports

ପିଙ୍କ୍‌ ବଲ ଟେଷ୍ଟ: କ୍ୟାପଟେନ୍ କୋହଲିଙ୍କ ଦ୍ରୁତ ୫ ହଜାର ଟେଷ୍ଟ ରନ୍

ଟେଷ୍ଟ କ୍ରିକେଟରେ ଅଧିନାୟକ ହିସାବରେ ୫ ହଜାର ରନ୍ ପୂରଣ କରିଛନ୍ତି କ୍ୟାପଟେନ୍ କୋହଲି । ଦୁନିଆର ଅନ୍ୟତମ ସଫଳ କ୍ୟାପଟେନ ତଥା ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂକୁ ପଛରେ ପକାଇଛନ୍ତି ବିରାଟ।

ପିଙ୍କ୍‌ ବଲ ଟେଷ୍ଟ
author img

By

Published : Nov 22, 2019, 10:55 PM IST

କୋଲକାତା: ଶୁକ୍ରବାର ଠୁ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଆରମ୍ଭ ହୋଇଛି ଐତିହାସିକ ଡେ/ନାଇଟ ଟେଷ୍ଟ ମ୍ୟାଚ । ପିଙ୍କ ବଲରେ ପ୍ରଥମ ଦିନରେ ବନିଛି ଅନେକ ରେକର୍ଡ । ତେବେ ରେକର୍ଡ କଥା ଆସିଲେ ରେକର୍ଡ ବ୍ରେକର ଏଥିରୁ କେମିତି ବର୍ତ୍ତିଯିବେ । ରନମେସିନ ମଧ୍ୟ ପିଙ୍କ ବଲରେ ବ୍ରେକ କରିଛନ୍ତି ଏକ ବିରଳ ରେକର୍ଡ ।

ଟେଷ୍ଟ କ୍ରିକେଟରେ ଅଧିନାୟକ ହିସାବରେ ୫ ହଜାର ରନ୍ ପୂରଣ କରିଛନ୍ତି କ୍ୟାପଟେନ୍ କୋହଲି । ଦୁନିଆର ଅନ୍ୟତମ ସଫଳ କ୍ୟାପଟେନ ତଥା ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂକୁ ପଛରେ ପକାଇଛନ୍ତି କୋହଲି । ବିଶ୍ବର ପ୍ରଥମ କ୍ୟାପଟେନ୍ ଭାବେ ସେ ପୂରଣ କରିଛନ୍ତି ଦ୍ରୁତ ୫ ହଜାର ଟେଷ୍ଟ ରନ୍ ।

କୋହଲି ମାତ୍ର 86 ଇନିଂସରେ ଏହି କାରନାମା ରଚିଛନ୍ତି । ଯେତେବେଳେ ରିକି ପଣ୍ଟିଂକୁ 5 ହଜାର ରନ ପୂରଣ ପାଇଁ 97 ଇନିଂସ ଲାଗିଛି । ଅନ୍ୟ କ୍ୟାପଟେନଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜର କ୍ଲାଇଭ୍ ଲୟଡ୍ (106), ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ୍ (110), ଅଷ୍ଟ୍ରେଲିଆର ଆଲାନ୍ ବର୍ଡର (116) ଏବଂ ନ୍ୟୁଜିଲ୍ୟାଣ୍ଡର ଷ୍ଟିଫେନ୍ ଫ୍ଲେମିଂ (130) ଇଂନିସରେ 5 ହଜାର ରନ ପୂରଣ କରିଥିଲେ ।

ଉଲ୍ଲେଖଥାଉ, ଐତିହାସିକ ଡେ/ନାଇଟ ଟେଷ୍ଟର ପ୍ରଥମ ଦିନର ଖେଳ ସମାପ୍ତ ହୋଇଛି । 30.3 ଓଭରର ଖେଳରେ ମାତ୍ର 106ରନ କରି ସମସ୍ତ ୱିକେଟ ହରାଇଥିବା ବେଳେ ଭାରତ ପ୍ରଥମ ଦିନ ଖେଳରେ 3 ୱିକେଟ ବ୍ୟୟରେ 174ରନ କରିପାରିଛି । କ୍ରିଜରେ ଆପରାଜିତ ଅଛନ୍ତି ଅଧିନାୟକ କୋହଲି(59) ଓ ଉପ ଅଧିନାୟକ(23) ରାହାଣେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.