ETV Bharat / sports

କ୍ରିକେଟରୁ ବ୍ୟାନ୍‌ ହେବେ କୋହଲି ! - କ୍ୟାପ୍ଟେନ କୋହଲି

କୋହଲିଙ୍କ 3ଟି ଡିମେରିଟ ପଏଣ୍ଟ ପାଇସାରିଛନ୍ତି । ଆଗାମୀ 2020 ଫେବୃୟାରୀ (ଦୁଇ ବର୍ଷ) ମଧ୍ୟରେ ଯଦି କୋହଲି ଆଉ ଗୋଟିଏ ଡିମେରିଟ ପଏଣ୍ଟ ଅର୍ଜନ କରୁଛନ୍ତି, ତେବେ ତାଙ୍କୁ କିଛି ଦିନ ପାଇଁ କ୍ରିକେଟରୁ ବ୍ୟାନ କରିପାରେ ଆଇସିସି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Sep 25, 2019, 10:09 PM IST

ହାଇଦ୍ରାବାଦ: କୋହିଲଙ୍କ ଉପରେ ଝୁଲୁଛି ‘ନିଲମ୍ବନ’ ଖଣ୍ଡା । ତିଳେ ମାତ୍ର ଭୁଲ କଲେ ଆଇସିସି ଲଗାଇ ଦେବେ ବ୍ୟାନ । ବ୍ୟାନଠାରୁ ଆଉ ଗୋଟିଏ ପାଦ ଦୂରରେ କ୍ୟାପ୍ଟେନ କୋହଲି । ଆଗକୁ ନିଜ ଆଗ୍ରେସନ ଉପରେ କୋହଲିଙ୍କୁ ଲଗାଇବାକୁ ପଡିବ ରୋକ୍‌ ।

କ୍ରିକେଟରୁ ବ୍ୟାନ୍‌ ହେବେ କୋହଲି!
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସଦ୍ୟ ସମାପ୍ତ ଘରୋଇ ଟି-20 ସିରିଜର ଅନ୍ତିମ ତଥା 3ୟ ଟି-20 ମ୍ୟାଚରେ କୋହଲି ଏକ ଡିମେରିଟ ପଏଣ୍ଟ ପାଇ ସାରିଛନ୍ତି । ଏହି ଡିମେରିଟ ପଏଣ୍ଟ ସହ କୋହଲିଙ୍କ ଡିମେରିଟ ପଏଣ୍ଟ ସଂଖ୍ୟା 3ରେ ପହଞ୍ଚିଛି । ତେବେ ଆଇସିସି ନିୟମ ଅନୁସାରେ ଆଉ ଗୋଟିଏ ଡିମେରିଟ ପଏଣ୍ଟ ପାଇଲେ କ୍ରିକେଟରୁ କିଛି ଦିନ କୋହଲିଙ୍କୁ ବ୍ୟାନ କରାଯିବ । ଉଲ୍ଲେଖଥାଉ ଶେଷ ଟି-20 ମ୍ୟାଚରେ ଅତିଥି ଦକ୍ଷିଣ ଆଫ୍ରିକା ବୋଲର ବ୍ୟୁରାନ ହାଣ୍ଡ୍ରିକ୍‌ଙ୍କ ସହ ଯୁକ୍ତି କରିଥିଲେ କୋହଲି । ଫଳରେ ଆଇସିସି ଲେଭିଲ-1 କୋଡ ଅଫ କଣ୍ଡକ୍ଟ ଉଲ୍ଲଙ୍ଘନ ପାଇଁ କୋହଲିଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମିଳିଥିଲା ।

କ୍ରିକେଟରୁ ବ୍ୟାନ୍‌ ହେବେ କୋହଲି!
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଜାଣନ୍ତୁ ଆଇସିସିର ଏହି ଡିମେରିଟ ପଏଣ୍ଟର ନିୟମ କଣ ରହିଛି-

ଆଇସିସିର ନିୟମ ଅନୁସାରେ, ଯଦି କୌଣସି ଖେଳାଳି ଲେଭିଲ-1 କୋଡ ଅଫ କଣ୍ଡକ୍ଟ ଉଲଙ୍ଘନ କରେ, ତେବେ ଉକ୍ତ ଖେଳାଳିଙ୍କୁ ମ୍ୟାଚର 50 ପ୍ରତିଶତ ପେନାଲ୍ଟି ଭରିବାକୁ ପଡିଥାଏ କିମ୍ବା ଗୋଟିଏ, ଦୁଇଟି ଡିମେରିଟ ପଏଣ୍ଟ ମିଳିଥାଏ ।

ତେବେ 4ଟି ଡିମେରିଟ ପଏଣ୍ଟ ଗୋଟିଏ ସସ୍‌ପେନସନ ପଏଣ୍ଟ ସହ ସମାନ । ଆଉ ଗୋଟିଏ ସସ୍‌ପେନସନ ପଏଣ୍ଟ ମିଳିଲେ ଜଣେ ଖେଳାଳିଙ୍କୁ କିଛି ସମୟ ପାଇଁ ଖେଳରୁ ବ୍ୟାନ କରାଯାଏ । ସେହିପରି ଦୁଇଟି ସେପେନସନ ପଏଣ୍ଟର ଅର୍ଥ, ଜଣେ ଖେଳାଳିଙ୍କୁ ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ କିମ୍ବା ଦୁଇଟି ଟି-20 ମ୍ୟାଚରୁ ବ୍ୟାନ କରାଯାଇ ପାରେ । ତେବେ କେଉଁ ଫର୍ମାଟରୁ ବ୍ୟାନ କରାଯିବା ତାହା ଆଇସିସି ଉପରେ ନିର୍ଭର କରେ ।

ତେବେ କୋହଲିଙ୍କ ପାଖରେ 3ଟି ଡିମେରିଟ ପଏଣ୍ଟ ରହିଛି । ଆଗାମୀ 2020 ଫେବୃୟାରୀ ( ଦୁଇ ବର୍ଷ) ମଧ୍ୟରେ ଯଦି କୋହଲି ଆଉ ଗୋଟିଏ ଡିମେରିଟ ପଏଣ୍ଟ ଅର୍ଜନ କରୁଛନ୍ତି । ତେବେ ତାଙ୍କୁ କିଛି ଦିନ ପାଇଁ କ୍ରିକେଟରୁ ବ୍ୟାନ କରିଦେଇ ପାରେ ଆଇସିସି । ତେବେ କୋହଲି 2018 ଜାନୁଆରୀ ଦକ୍ଷିଣ ଆଫ୍ରିକା ସିରିଜ ବିପକ୍ଷରେ ପ୍ରଥମ ଡିମେରିଟ ପଏଣ୍ଟ ପାଇଥିଲେ । ସେହିପରି 2019 ବିଶ୍ବକପରେ ଆଫଗାନିସ୍ତାନ ବିପକ୍ଷ ଲିଗ୍‌ ମ୍ୟାଚରେ 2ୟ ଡିମେରିଟ ପଏଣ୍ଟ ଅର୍ଜନ କରିଥିଲେ । ଆଉ ଗତ ରବିବାର ମ୍ୟାଚରେ 3ୟ ଡିମେରିଟ ପଏଣ୍ଟ ଅର୍ଜନ କରିଛନ୍ତି କୋହଲି ।

ତେବେ ଆଗାକୁ ବାଂଲାଦେଶ, ୱେଷ୍ଟଇଣ୍ଡିଜ୍‌ ଓ ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରଜ ଖେଳିବ ଭାରତ । ତେଣୁ କୋହଲିଙ୍କୁ ଏହି ସବୁ ସିରିଜରେ ନିଜର ଆଗ୍ରେସନ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.