ମୁମ୍ବାଇ: ବୁଧବାର ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି ଘରୋଇ ମାଟିରେ 1000 ଟି-20 ରନ କରିଥିବା ପ୍ରଥମ ଭାରତୀୟ ଖେଳାଳି ଭାବେ ରେକର୍ଡ କରିଛନ୍ତି । ୱାଙ୍ଖେଡେ ଠାରେ ୱେଷ୍ଟ ଇଣ୍ଡିଜ ବିପକ୍ଷ ତୃତୀୟ ଟି-20ରେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି କୋହଲି ।
ମ୍ୟାଚ ପୂର୍ବରୁ ଏହି ରେକର୍ଡ ହାସଲ କରିବା ପାଇଁ କୋହଲିଙ୍କୁ ଆଉ ମାତ୍ର 6ରନର ଆବଶ୍ୟକତା ଥିଲା । ୱେଷ୍ଟ ଇଣ୍ଡିଜ ବିପକ୍ଷ ମ୍ୟାଟରେ କୋହଲି 29 ବଲରେ 70 ରନର ଧୂଆଁଧାର ପାଳି ଖେଳିବା ସହ ଏହି ରେକର୍ଡ କରିଛନ୍ତି । 70 ରନର ଏହି ପାଳିରେ 7ଟି ଛକା ଓ 4ଟି ଚଉକା ସାମିଲ ଥିଲା ।
କୋହଲି ପୂର୍ବରୁ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପ୍ଟିଲ ଓ କୋଲିନ ମୁର୍ନୋ ମଧ୍ୟ ଘରୋଇ ମାଟିରେ 1000 ରନରୁ ଅଧିକ ରନ କରିବାର ରେକର୍ଡ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ