ETV Bharat / sports

ଟି-20ରେ ଭାରତ ପାଇଁ ବିରାଟ ଓ ରୋହିତ ଓପନିଂ କରନ୍ତୁ: ଗାଭାସ୍କର

author img

By

Published : Mar 21, 2021, 2:01 PM IST

ଭାରତ ପାଇଁ ଟି-20 ମ୍ୟାଚରେ ରୋହିତ ଓ କୋହଲିଙ୍କ ଯୋଡ଼ି ହିଁ ଓପନିଂ କରିବା ଦରକାର। ଭାରତୀୟ କ୍ରିକେଟ କିମ୍ବଦନ୍ତୀ ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର ଏଭଳି ମନ୍ତବ୍ୟ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ଟି-20ରେ ଭାରତ ପାଇଁ ବିରାଟ ଓ ରୋହିତ ଓପେନିଂ କରନ୍ତୁ: ଗାଭାସ୍କର

ଗାନ୍ଧୀନଗର: ଭାରତ ପାଇଁ ଟି-20 ମ୍ୟାଚରେ ରୋହିତ ଓ କୋହଲିଙ୍କ ଯୋଡ଼ି ହିଁ ଓପନିଂ କରିବା ଦରକାର। ଏଭଳି ମନ୍ତବ୍ୟ ଦେଇଛନ୍ତି ଭାରତୀୟ କ୍ରିକେଟ କିମ୍ବଦନ୍ତୀ ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର। ଶନିବାର ଇଂଲଣ୍ଡ ବିପକ୍ଷ ଟି-20 ମ୍ୟାଚରେ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି ଓପନିଂ କରିବାକୁ ଆସି ସଭିଙ୍କୁ ଚକିତ କରି ଦେଇଥିଲେ। ତେବେ ଉଭୟଙ୍କ ମଧ୍ୟରେ ଭଲ ଭାଗିଦାରୀ ଦେଖିବାକୁ ମିଳିଥିଲା। ଯାହା ଫଳରେ ଭାରତ ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ପାରିଥିଲା।

ଏହାକୁ ନେଇ ଲିଟଲ ମାଷ୍ଟର ସୁନିଲ ଗାଭାସ୍କର କହିଛନ୍ତି ଯେ, "ସୀମିତ ଓଭର କ୍ରିକେଟ ପାଇଁ ଗୋଟିଏ ଦଳ ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ ଆଗୁଆ ବ୍ୟାଟିଂ କରିବାକୁ ଆସିବା ଦରକାର। ଏହାସହ ଅଧିକ ସମୟ ପଡ଼ିଆରେ ବିତାଇବା ଦରକାର। ଭାରତ ପାଇଁ ବିରାଟ କୋହଲି ଓପେନିଂ କରିବାକୁ ଆସିବା ଏକ ଗୁରୁତ୍ବପୂର୍ଣ୍ଣ କଥା। ହୋଇପାରେ କେଏଲ ରାହୁଲଙ୍କ ଖରାପ ଫର୍ମ ଯୋଗୁଁ ତାଙ୍କୁ ଏଭଳି କରିବାକୁ ପଡ଼ିଛି। କିନ୍ତୁ ଏହି ଓପେନିଂ ଯୋଡ଼ିକୁ ନେଇ ଭାରତ ସୀମିତ ଓଭର କ୍ରିକେଟରେ ବହୁତ ଆଗକୁ ଯାଇ ପାରିବ। ପୂର୍ବରୁ ସଚିନ ତେନ୍ଦୁଲକର ମଧ୍ୟ ମିଡିଲ ଅର୍ଡରରେ ଖେଳୁଥିଲେ। କିନ୍ତୁ ସେ ଓପନିଂ କରିବା ଫଳରେ ସଚିନଙ୍କ ସହ ଭାରତୀୟ ଦଳକୁ ଫାଇଦା ହୋଇଥିଲା।"

ରୋହିତ ଶର୍ମାଙ୍କ ସହ ବିରାଟ କୋହଲି ଓପନିଂ କରିବାକୁ ଆସି ପ୍ରଥମ ୱିକେଟ ପାଇଁ 94 ରନ ଯୋଡ଼ିଥିଲେ। ଏହାପରେ ରୋହିତ ଶର୍ମା 64 ରନ କରି ଆଉଟ ହୋଇଥିବା ବେଳେ କୋହଲି 80 ରନ କରି ଶେଷ ଓଭର ପର୍ଯ୍ୟନ୍ତ ଅପରାଜିତ ଥିଲେ। ଯାହା ଫଳରେ ଭାରତ ନିର୍ଦ୍ଧାରିତ 20 ଓଭର ମଧ୍ୟରେ ବିଶାଳ 224 ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଇଂଲଣ୍ଡ ଦଳ 188 ରନ ହିଁ କରି ପାରିଥିଲା। ଭ୍ରମଣକାରୀ ଦଳକୁ ଟି-20 ସିରିଜର ଶେଷ ମ୍ୟାଚକୁ 32 ରନରେ ହାରିବାକୁ ପଡ଼ିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.