ମେଲବୋର୍ଣ୍ଣ: କୋଭିଡ-19 ଭୟ ସତ୍ତ୍ବେ, ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବକ୍ସିଂ ଡେ ଟେଷ୍ଟରେ ଷ୍ଟାଡିୟମରେ ଦର୍ଶକଙ୍କୁ ଦେଖିବାକୁ ମିଳିପାରେ । ଏପରି କିଛି ଦୃଢୋକ୍ତି ଭିକ୍ଟୋରିଆ ସରକାରଙ୍କ ପକ୍ଷରୁ କରାଯାଇଛି ।
ମହାମାରୀ କୋରୋନା ଭାଇରସ କାରଣରୁ ପ୍ରାୟ 4 ମାସରୁ ଅଧିକ ସମୟ ଧରି ଲକଡାଉନରେ ରହିବା ପରେ, ମେଲବୋର୍ଣ୍ଣ ସ୍ବାଭାବିକ ହେବାରେ ଲାଗିଛି । ରାଜ୍ୟରେ ସଂକ୍ରମଣର ସଂଖ୍ୟା ହ୍ରାସ ପାଉଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି ।
ଦର୍ଶକଙ୍କୁ ମେଲବୋର୍ଣ୍ଣ କ୍ରିକେଟ ଷ୍ଟାଡିୟମ(MCG)କୁ ଅନୁମତି ମିଳିବ, ଓ ପ୍ରଶାସନ ଏନେଇ କାର୍ଯ୍ୟ କରୁଛି । ଏହା କହିଛନ୍ତି ଅଷ୍ଟ୍ରେଲିଆ ରାଜ୍ୟ ଭିକ୍ଟୋରିଆ ସରକାର ମୁଖ୍ୟ ଡାନିଏଲ ଆଣ୍ଡ୍ରିୟୁସ ।
ଭାରତୀୟ ଟିମ ଅଷ୍ଟ୍ରେଲିଆ ଗସ୍ତରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜ, 3ଟିକିଆ ଦିନିକିଆ ସିରିଜ ଓ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ନଭେମ୍ବର 27ରୁ ଏହି ସିରିଜ ଆରମ୍ଭ ହେବା ନେଇ ସୂଚୀ ରହିଛି ।
ସିଡନି ଓ କାନବେରାରେ ସୀମିତ ଓଭର କ୍ରିକେଟ ସିରିଜ ଖେଳାଯିବାର ସମ୍ଭାବନା ରହିଛି । ଅନ୍ୟପଟେ ଡିସେମ୍ବର 17ରୁ ଆଡିଲେଡରେ ଦିବାରାତ୍ର ଟେଷ୍ଟରୁ ଟେଷ୍ଟ ସିରିଜ ଆରମ୍ଭ ହେବ । ବ୍ରିସବେନ, ମେଲବୋର୍ଣ୍ଣ ଓ ସିଡନି ଟେଷ୍ଟ ମ୍ୟାଚର ଅନ୍ୟ 3ଟି ଭେନ୍ୟୁ ରହିଛି ।
2018-19ରେ ଭାରତର ପୂର୍ବ ଅଷ୍ଟ୍ରେଲିଆ ଗସ୍ତରେ ଐତିହାସିକ ଏମସିଜିରେ ଭାରତ 137 ରନରେ ବିଜୟୀ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ