ETV Bharat / sports

ମହିଳା T-20 ଚ୍ୟାଲେଞ୍ଜ: ଭେଲୋସିଟିକୁ 9 ଓ୍ବିକେଟରେ ହରାଇଲା ଟ୍ରେଲବ୍ଳେଜର୍ସ - Trailblazers won

ମହିଳା ଟି-20 ଚ୍ୟାଲେଞ୍ଜ 2020ର ଆଜି 2ୟ ମ୍ୟାଚକୁ ଟ୍ରେଲବ୍ଳେଜର୍ସର ବାଜିମାତ୍‌ । 9 ଓ୍ବିକେଟରେ ଭେଲୋସିଟିକୁ ମାତ୍‌ ଦେଇଛି ସ୍ମୃତି ମାନ୍ଧାନାଙ୍କ ଦଳ ।

ମହିଳା ଟି -20 ଚ୍ୟାଲେଞ୍ଜ: ଟ୍ରେଲବ୍ଳେଜର୍ସର ସହଜ ବିଜୟ, 9ଓ୍ବିକେଟରେ ହାରିଲା ଭେଲୋସିଟି

author img

By

Published : Nov 5, 2020, 6:12 PM IST

ଶାରଜା: ମହିଳା ଟି-20 ଚ୍ୟାଲେଞ୍ଜ 2020ର ଆଜି 2ୟ ମ୍ୟାଚକୁ ହାତେଇଛି ଟ୍ରେଲବ୍ଳେଜର୍ସ । ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଟ୍ରେଲବ୍ଳେଜର୍ସ 7.5ଓଭରରେ ଗୋଟିଏ ଓ୍ବିକେଟ ହରାଇ 49ରନ୍‌ ସଂଗ୍ରହ କରିଛି । ଦଳ ପକ୍ଷରୁ ଡେଣ୍ଡ୍ରା ଦଟିନ ସର୍ବାଧିକ 29ରନ୍‌ , ରିଚା ଘୋଷ 13ରନ୍‌ ଓ କ୍ୟାପଟେନ ସ୍ମୃତି ମାନ୍ଧାନା 6ରନ୍‌ ସଂଗ୍ରହ କରି ଦଳ ବିଜୟ ହାସଲ କରିଛି । ଏହି ବିଜୟ ସହ ଦଳ 2ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି ।

ଭେଲୋସିଟି ପକ୍ଷରୁ ଲେଘ କାସ୍ପରିକ ଗୋଟିଏ ଓ୍ବିକେଟ ହାସଲ କରିଥିଲେ।

ମହିଳା ଟି -20 ଚ୍ୟାଲେଞ୍ଜର 2ୟ ମ୍ୟାଚରେ ଭେଲୋସିଟି ପ୍ରଥମେ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା । କିନ୍ତୁ ଟ୍ରେଲବ୍ଳେଜର୍ସ ବୋଲରଙ୍କ ଦମଦାର ବୋଲିଂରେ ଭେଲୋସିଟି ଟିମ 15.1 ଓଭରରେ 47ରନ କରି ଅଲଆଉଟ ହୋଇଥିଲା ।

ଦଳ ପକ୍ଷରୁ ଶେଫାଳି ବର୍ମା 13ରନ୍‌, ଡାନିଏଲ ୱାଟ 3ରନ୍‌, କ୍ୟାପଟେନ ମିତାଲି ରାଜ 1, ବେଦା କ୍ରୀଷ୍ଣାମୂର୍ତ୍ତୀ 0, ସୁଷମା ବର୍ମା 1, ସୁନି ଲୁସ 4, ଶିଖା ପାଣ୍ଡେ 10, ସୁଶ୍ରୀ ଦିବ୍ୟଦର୍ଶିନୀ 0, ଏକତା ବିଷ୍ଟ 0, ଜାହାନାରା ଆଲାମ 1ରନ୍‌ ସଂଗ୍ରହ କରିଥିଲେ ।

ଟ୍ରେଲବ୍ଳେଜର୍ସ ପକ୍ଷରୁ ସର୍ବାଧିକ ସୋଫି ଇକିଲେଷ୍ଟୋନ 4ଟି, ଝୁଲଣ ଗୋସ୍ବାମୀ 2ଟି ଓ ରାଜେଶ୍ବରୀ ଗାଏକ୍ବାଡ 2ଟି ଲେଖାଏଁ ଓ୍ବିକେଟ, ଦିପ୍ତୀ ଶର୍ମା ଗୋଟିଏ ହାତେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.