ETV Bharat / sports

ଭୁବନେଶ୍ବରଙ୍କ ବଦଳରେ ବେୟରାଷ୍ଟୋ ମ୍ୟାନ ଅଫ୍‌ ଦ ସିରିଜ, ଭନ୍‌ ଆଶ୍ଚର୍ଯ୍ୟ

ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନ୍ନି ବେୟରାଷ୍ଟୋ 3ଟି ମ୍ୟାଚରେ ମୋଟ 219 ରନ ସହ ମ୍ୟାନ ଅଫ ଦ ସିରିଜ ହୋଇଥିଲେ । ଏଥିରେ ଦ୍ବିତୀୟ ଦିନିକିଆରେ 124 ରନର ଶତକୀୟ ଇଂନିସ ମଧ୍ୟ ସାମିଲ ରହିଛି । ଅଧିକ ପଢନ୍ତୁ...

author img

By

Published : Mar 29, 2021, 6:06 PM IST

Vaughan surprised as Bhuvi not named Man of the Series
ଭୁବନେଶ୍ବରଙ୍କ ବଦଳରେ ବେୟରାଷ୍ଟୋ ମ୍ୟାନ ଅଫ୍‌ ଦ ସିରିଜ, ଭନ୍‌ ଆଶ୍ଚର୍ଯ୍ୟ

ପୁନେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଶେଷ ଓଭର ପର୍ଯ୍ୟନ୍ତ ରୋମାଞ୍ଚ ଭରି ରହିଥିଲା । ତେବେ ଶେଷରେ ଭାରତୀୟ ଟିମ 7 ରନରେ ମ୍ୟାଚକୁ ଜିତିନେବା ସହ ସିରିଜ ବିଜୟୀ ହୋଇଥିଲା । ଇଂଲଣ୍ଡ ଓପନିଂ ବ୍ୟାଟ୍ସମ୍ୟାନ ଜନ୍ନି ବେୟାରଷ୍ଟୋ ସିରିଜର ଶ୍ରେଷ୍ଠ ଖେଳାଳି ହୋଇଥିବାବେଳେ, ଶେଷ ଦିନିକିଆରେ ଅପରାଜିତ 95 ରନର ଇଂନିସ ଖେଳିଥିବା ସାମ କରନ ମ୍ୟାଚର ଶ୍ରେଷ୍ଠ ଖେଳାଳି ହୋଇଥିଲେ । ତେବେ ଏହି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଇଂଲଣ୍ଡର ପୂର୍ବତନ କ୍ୟାପଟେନ ମାଇକେଲ ଭନ୍‌ ।

ଇଂଲଣ୍ଡ ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ, ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କୁ କାହିଁକି ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଚୟନ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଭନ୍‌ ।

ବେୟରାଷ୍ଟୋ 3ଟି ମ୍ୟାଚରେ ମୋଟ 219 ରନ ସହ ମ୍ୟାନ ଅଫ ଦ ସିରିଜ ହୋଇଥିଲେ । ଏଥିରେ ଦ୍ବିତୀୟ ଦିନିକିଆରେ 124 ରନର ଶତକୀୟ ଇଂନିସ ମଧ୍ୟ ସାମିଲ ରହିଛି । ଅନ୍ୟପଟେ ଭୁବନେଶ୍ବର 3ଟି ମ୍ୟାଚରେ 6ଟି ୱିକେଟ ହାତେଇଛନ୍ତି । ଏଥିରେ ତୃତୀୟ ମ୍ୟାଚରେ 3ଟି ୱିକେଟ ରହିଛି ।

ଆହତ କାରଣରୁ ବାଦ ଦଳରୁ ବାଦ ପଡିଥିବା ଟିମ ଇଣ୍ଡିଆର ଷ୍ଟାର ବୋଲର ଭୁବନେଶ୍ବର ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଦଳକୁ ଫେରିଥିଲେ । ଏପ୍ରିଲ 9ରୁ ଆରମ୍ଭ ହେଉଥିବା ଇଣ୍ଡିଆନ ପ୍ରିମିୟର ଲିଗରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ନଜର ଆସିବେ ଭୁବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.