ETV Bharat / sports

ବିଶ୍ବକପ: ଭାରତ-ପାକ ମ୍ୟାଚ ପାଇଁ ୟୁନିଭର୍ସାଲ ବସଙ୍କ ସ୍ପେସିଆଲ ସୁଟ - world cup

ବିଶ୍ବକପ ହେଉ ବା ଅନ୍ୟ କୌଣସି ସାଧାରଣ ମ୍ୟାଚ କଥା ଯେତେବେଳେ କଥା ଭାରତ ଓ ପାକିସ୍ତାନ ମ୍ୟାଚର ଉଠେ ଲାଗେ ଯେମିତି ସାରା ବିଶ୍ବ ଏହି ମ୍ୟାଚ ଦେଖିବାକୁ ତତ୍ପର । ରବିବାର ହେବାକୁ ଥିବା ଭାରତ ପାକିସ୍ତାନ ମ୍ୟାଚ ପାଇଁ ମଧ୍ୟ ମାହୋଲ ହୋଇଛି ସରଗରମ । ଆଉ ଏଥିରେ ସାମିଲ ହୋଇଛନ୍ତି ୟୁନିଭର୍ସାଲ ବସ କ୍ରିସ ଗେଲ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର @ICC
author img

By

Published : Jun 16, 2019, 2:41 AM IST

Updated : Jun 16, 2019, 3:15 AM IST

ହାଇଦ୍ରାବାଦ: 16 ଜୁନ ରବିବାର ଦିନ ମଞ୍ଚେସଟର ଠାରେ ଖେଳାଯିବ ଭାରତ ପାକିସ୍ତାନ ମ୍ୟାଚ । ମ୍ୟାଚ ପୂର୍ବରୁ ମାହୋଲ ଦେଖି ଲାଗୁଛି ଯେମିତି ବିଶ୍ବକପର ଏହି ମ୍ୟାଚ ପାଇଁ ଖାସ ସଭିଏଁ ଅପେକ୍ଷା କରି ବସିଥିଲେ । କେଉଁଠି ବିଜ୍ଞା,ପନ କ ଆଉ କେଉଁଠି ମେମ । କେଉଁଠି ପୁଣି ଫ୍ୟାନ୍ସଙ୍କ ମଧ୍ୟରେ ଟ୍ୱିଟର ୱାର । ଏତିକି ବେଳେ ସାମ୍ନାକୁ ଆସିଛି ୟୁନିଭର୍ସାଲ ବସ ତଥା ୱେଷ୍ଟଇଣ୍ଡିଜର ପାୱାର ହାଉସ ବ୍ୟାଟ୍ସ ମ୍ୟାନ କ୍ରିସ ଗେଲ ଏହି ମ୍ୟାଚ ପାଇଁ ତିଆରି କରିଛନ୍ତି ସ୍ପେସିଆଲ ସୁଟ ।

ଗେଲ ଏହି ମ୍ୟାଚ ପାଇଁ ଏକ ଧଳା ରଙ୍ଗର ସୁଟ ତିଆରି କରିଛନ୍ତି । ଭାରତ ଓ ପାକିସ୍ତାନର ଜାତୀୟ ପତାକାର ରଙ୍ଗ ଅନୁଯାୟୀ ଗେଲ ନିଜ ସୁଟକୁ ରଙ୍ଗିନ କରିଛନ୍ତି । ଡାହାଣପଟ ହାତରେ ଭାରତ ତ୍ରିରଙ୍ଗାର ନାରଙ୍ଗୀ ଓ ସବୁଜ ଥିବା ବେଳେ ବାମ ହାତ ଉପରେ ରହିଛି ପାକିସ୍ତାନ ପତାକାର ସବୁଜ ରଙ୍ଗ ।

ତେବେ ସଭିଙ୍କ ଭିତରେ ରବିବାର ହେବାକୁ ଥିବା ମ୍ୟାଚକୁ ନେଇ ଦେଖା ଦେଇଛି ପ୍ରବଳ ଉତ୍କଣ୍ଠା ଓ ଆଗ୍ରହ । ତେବେ ଇତି ମଧ୍ୟରେ ବର୍ଷାକୁ ନେଇ ମଧ୍ୟ ଅନେକ ଆଶା ଆଶଙ୍କା । ବର୍ଷା ଏମଧ୍ୟରେ ବିଶ୍ବକପର 4ଟି ମ୍ୟାଚ ଧୋଇ ସାରିଥିବା ବେଳେ ଏହି ମ୍ୟାଚରେ ବର୍ଷା ଯେପରି ବାଧକ ନ ସାଜୁ ସେନଇ ପ୍ରାର୍ଥନା କରୁଛନ୍ତି କ୍ରିକେଟ ପ୍ରେମୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

zgn

Conclusion:
Last Updated : Jun 16, 2019, 3:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.