ETV Bharat / sports

ଉମେଶଙ୍କ ଛକା ବର୍ଷା, ରାଞ୍ଚିରେ ରଚିଲେ ଇତିହାସ

author img

By

Published : Oct 20, 2019, 11:50 PM IST

2ୟ ଟେଷ୍ଟରେ ଉମେଶ ଯାଦବ 10 ବଲ୍‌ରେ 31ରନ କରି ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ଷ୍ଟ୍ରାଇକ ରେଟରେ ରନ ହାସଲ କରିଥିବା ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି । ଯାଦବଙ୍କ ଏହି ଦମ୍‌ଦାର ପାଳିରେ 5ଟି ଛକା ମାରିଥିଲେ

umesh yada

ରାଞ୍ଚି: ଭାରତ-ଦ.ଆଫ୍ରିକା ମଧ୍ୟରେ ଚାଲିଥିବା 2ୟ ଟେଷ୍ଟରେ ଭାରତର ଦ୍ରୁତତମ ବୋଲରଙ୍କ ବ୍ୟାଟିରୁ ଛକାର ବର୍ଷା । ଏପରି ସାନାଦାର ବ୍ୟାଟିଂ କରିଛନ୍ତି ଉମେଶ ଯାଦବ । ତାଙ୍କର ଛକା ବଳରେ ସେ ନିଜ ନାଁରେ ବିଶ୍ବ ରେକର୍ଡ କରିଛନ୍ତି ।

ରବିନ୍ଦ୍ର ଜାଡେଜା ଅର୍ଦ୍ଧଶତକ କରିବା ପରେ ଆଉଟ ହୋଇଯାଇଥିଲେ । ତାଙ୍କ ପରେ 9ମ ସ୍ଥାନରେ ଉମେଶ ଯାଦବ କ୍ରିଜକୁ ଆସି ପ୍ରଥମ 2 ବଲ୍‌ରେ ହିଁ ଛକା ମାରିଥିଲେ । 10 ବଲ୍‌ରେ31ରନ କରି ଉମେଶ ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ଷ୍ଟ୍ରାଇକ ରେଟରେ ରନ ହାସଲ କରିଥିବା ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି ।

ଆଜିର ମ୍ୟାଚରେ 310ଷ୍ଟ୍ରାଇକରେ ରନ୍ ହାସଲ କରିଛନ୍ତି ଉମେଶ ଯାଦବ । ଏହାପରେ ସେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫନ ଫ୍ଲୋମିଙ୍କ 15 ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ଫ୍ଲୋମିଙ୍ଗ 2004 ମସିହାରେ ଦ.ଆଫ୍ରିକା ବିପକ୍ଷରେ 11ବଲ୍‌ରେ 31 ରନ କରିଥିଲେ ।

ଯାଦବଙ୍କ ଏହି ଦମ୍‌ଦାର ପାଳିରେ 5ଟି ଛକା ମାରିଥିଲେ, 9ବଲ୍‌ରେ 31ରନ ହାସଲ କରିଥିଲେ । ଏହାପରେ 6ଷ୍ଠତମ ଛକା ମାରିବାକୁ ପ୍ରୟାସ କରିବାବେଳେ କ୍ୟାଚ ଆଉଟ ହୋଇଯାଇଥିଲେ ।

ତେବେ ଉମେଶଙ୍କ ଛକା ଦେଖି ଡ୍ରେସିଙ୍ଗ ରୁମ୍‌ରେ ବିରାଟ ବେଶ୍‌ ଉଲ୍ଲାସିତ ଥିବାର ଦେଖିବାକୁ ମିଳିଥିଲା । ଆଉଟ ହୋଇ ଉମେଶ ଫେରିଲା ପରେ ବିରାଟ ତାଳି ମାରି ତାଙ୍କର ସ୍ବାଗତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.