ETV Bharat / sports

ସଚିନଙ୍କୁ ଛାଡି ଏବେ କୋହଲିଙ୍କ ଫ୍ୟାନ ହେଲେ ପାକିସ୍ତାନୀ ବୋଲର ଉମର ଗୁଲ - ଉମର ଗୁଲ

ସଚିନ ନୁହେଁ ଏବେ ପାକିସ୍ତାନୀ ଖେଳାଳି ଉମର ଗୁଲଙ୍କ ପ୍ରିୟ ଖେଳାଳି ହୋଇଛନ୍ତି ବିରାଟ କୋହଲି । କାହିଁକି ବିରାଟ ତାଙ୍କର ପ୍ରିୟ କହିଲେ ଉମର । ଅଧିକ ପଢ଼ନ୍ତୁ...

Umar Gul, Umar Gul changed his favorite Indian cricketer, to virat kohli from sachin tendulkar,  ସଚିନଙ୍କୁ ଛାଡି ଏବେ କୋହଲିଙ୍କ ଫ୍ୟାନ ହେଲେ ଉମର ଗୁଲ, ଉମର ଗୁଲ,  ପାକିସ୍ତାନୀ ବୋଲର ଉମର ଗୁଲ
ସଚିନଙ୍କୁ ଛାଡି ଏବେ କୋହଲିଙ୍କ ଫ୍ୟାନ ହେଲେ ପାକିସ୍ତାନୀ ବୋଲର ଉମର ଗୁଲ
author img

By

Published : Jun 28, 2020, 1:16 AM IST

ଲାହୋର: ତୁଳନା କରିବା ହେଉଛି ବର୍ତ୍ତମାନ ସମୟର ସ୍ବାଦ । ତିନି ମାସରୁ ଅଧିକ ସମୟ ଧରି କୌଣସି କ୍ରିକେଟ ନ ଥିବାରୁ ବର୍ତ୍ତମାନର ତଥା ପୂର୍ବତନ ତଥା କ୍ରିକେଟ ଖେଳାଳିଙ୍କୁ ବିଭିନ୍ନ ଯୁଗର ବ୍ୟାଟ୍ସମ୍ୟାନ ଏବଂ ବୋଲରଙ୍କ ସହ ତୁଳନା କରିବା ଏବଂ ସେମାନଙ୍କ ପସନ୍ଦର ଖେଳାଳି ବାଛିବା ପାଇଁ କ୍ରିକେଟରଙ୍କୁ କେହି ଦାୟୀ କରିବେ ନାହିଁ । ପାକିସ୍ତାନର ପୂର୍ବତନ ପେସର ଉମର ଗୁଲ ଏବେ ଏହିକ୍ରମରେ ସାମିଲ ହୋଇ ତାଙ୍କର ପ୍ରିୟ ଭାରତୀୟ କ୍ରିକେଟରଙ୍କ ନାମ କହିବା ପାଇଁ ବାଧ୍ୟ ହୋଇଥିଲେ । ତେବେ ଗୁଲ ସଚିନ ଓ କୋହଲିଙ୍କୁ କାହିଁକି ପସନ୍ଦ କରନ୍ତି ସେ ବିଷୟରେ କହିଥିଲେ ।

ପାକିସ୍ତାନ ପାଇଁ 47ଟି ଟେଷ୍ଟ, 130ଟି ଦିନିକିଆ ଏବଂ 60 ଟି-20 ଖେଳି ଯଥାକ୍ରମେ 163, 179 ଏବଂ 85 ୱିକେଟ ନେଇ ଥିବା ଗୁଲ କହିଛନ୍ତି ଯେ ପୂର୍ବରୁ ତାଙ୍କର ପ୍ରିୟ ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଥିଲେ କିନ୍ତୁ ବର୍ତ୍ତମାନ ତାଙ୍କର ପ୍ରିୟ ଭାରତୀୟ ଖେଳାଳି ଭାରତୀୟ ଅଧିନାୟକ ବିରାଟ କୋହଲି।

ୟୁଟ୍ୟୁବ ସାକ୍ଷାତକାରରେ ଗୁଏଲ ସାୱେରା ପାଶା ଯେତବେଳେ ଗୁଲଙ୍କୁ ତାଙ୍କ ପ୍ରିୟ ଭାରତୀୟ କ୍ରିକେଟର ନାମ କହିବାକୁ କହିଥିଲେ, ଗୁଲ କହିଲେ ‘‘ସଚିନ ତେନ୍ଦୁଲକର କିନ୍ତୁ ବର୍ତ୍ତମାନ ବିରାଟ କୋହଲି ମୋର ପ୍ରିୟ।’’

2007ରେ ଟି -20 ବିଶ୍ବକପର ଉଦ୍‌ଘାଟନୀ ସଂସ୍କରଣରେ ସର୍ବାଧିକ ୱିକେଟ୍ ନେଇଥିବା ଡାହାଣହାତୀ ପେସର ସ୍ପଷ୍ଟ କରିଛନ୍ତି ଯେ କୋହଲିଙ୍କ ମନୋଭାବ ପରିବର୍ତ୍ତନ ତାଙ୍କୁ କିପରି ତାଙ୍କ ପ୍ରଶଂସକ ହେବାକୁ ବାଧ୍ୟ କରିଛି।

“ଗତ 4-5 ବର୍ଷ ମଧ୍ୟରେ ବିରାଟ କୋହଲି ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ସେ ମୋର ପ୍ରିୟ ବ୍ୟାଟ୍ସମ୍ୟାନ୍। ସେ ନିଜକୁ କିପରି ବଦଳାଇ ଦେଇଛନ୍ତି, ଯେତେବେଳେ ସେ ଆମ ବିପକ୍ଷରେ ଖେଳିବା ଆରମ୍ଭ କରିଥିଲେ ତା ତୁଳନାରେ ବର୍ତ୍ତମାନ ପଡ଼ିଆରେ ତାଙ୍କର ଆଚରଣ ସଂପୂର୍ଣ୍ଣ ବଦଳି ଯାଇଛି । ତାଙ୍କର ସମ୍ପୂର୍ଣ୍ଣ ଏକାଗ୍ରତା ବର୍ତ୍ତମାନ କ୍ରିକେଟ୍ ଉପରେ ରହିଛି । ତାଙ୍କୁ ବ୍ୟାଟିଂ କରୁଥିବାର ଦେଖିବା ଖୁବ ଆନନ୍ଦଦାୟକ । ମୁଁ ଏହାକୁ ଖୁବ ଉପଭୋଗ କରେ,’’ ବୋଲି ଉଭୟ ତେନ୍ଦୁଲକର ଓ କୋହଲିଙ୍କ ସହ ଖେଳିଥିବା ଗୁଲ କହିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.