ETV Bharat / sports

19ବର୍ଷରୁ କମ ଏସିଆ କପ୍‌: ପାକିସ୍ତାନକୁ ପାନେ ଚଖେଇଲା ଭାରତ

ଶ୍ରୀଲଙ୍କାରେ ଖେଳାଯାଉଥିବା 19 ବର୍ଷରୁ କମ ଏସିଆ କପରେ 60 ରନରେ ପାକିସ୍ତାନକୁ ହରାଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ 50 ଓଭରରେ 305 ରନ କରିଥିଲା । ଜବାବରେ ପାକିସ୍ତାନ 245 ରନରେ ଅଲଆଉଟ ହୋଇଯାଇଛି ।

author img

By

Published : Sep 8, 2019, 4:22 AM IST

ଫଟୋ ସୌଜନ୍ୟ: twitter@BCCI

ହାଇଦ୍ରାବାଦ: ଶ୍ରୀଲଙ୍କାରେ ଖେଳାଯାଉଥିବା 19 ବର୍ଷରୁ କମ ଏସିଆ କପରେ ପାକିସ୍ତାନକୁ ହରାଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ 50 ଓଭରରେ 305 ରନ କରିଥିଲା । ଜବାବରେ ପାକିସ୍ତାନ 245 ରନରେ ଅଲଆଉଟ ହୋଇଯାଇଛି । ଫଳରେ 60 ରନରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି ।

U-19 Asia Cup
ଫଟୋ ସୌଜନ୍ୟ: twitter@BCCI

ଭାରତ ପକ୍ଷରୁ ବ୍ୟାଟିଂରେ ହିରୋ ରହିଥିଲେ ଅର୍ଜୁନ ଆଜାଦ ଓ ତିଲକ ବର୍ମା । ଓପନର ଅର୍ଜୁନ 111 ବଲରେ ଧୁଆଁଧାର 121 ରନର ପାଳି ଖେଳିଥିଲେ । ନଂ3 ବ୍ୟାଟ୍ସମ୍ୟାନ ତିଲକ 119 ବଲରେ 110 ରନର ଆକର୍ଷଣୀୟ ପାଳି ଖେଳିଥିଲେ । ବୋଲିଂରେ ଅଥର୍ଭ ଆଙ୍କୋଲେକର 3ଟି ୱିକେଟ ଅକ୍ତିଆର କରିଥିଲେ ।

ପାକିସ୍ତାନ ପକ୍ଷରୁ କ୍ୟାପଟେନ ରୋହଲ ଖାନ 108 ବଲରେ 117 ରନର ପାଳି ଖେଳିଥିଲେ । ହାରିସ ଖାନ 43ରନର ସାଥ ଦେଇଥିଲେ । ଉଭୟଙ୍କ ମଧ୍ୟରେ 120ର ପାର୍ଟନର ସିପ ହୋଇଥିଲା । ତେବେ ଏହି ଯୋଡି ଭାଙ୍ଗିବା ପରେ ପାକିସ୍ତାନ ଭାରତୀୟ ବୋଲରଙ୍କ ପାଖରେ ଆତ୍ମସମର୍ପଣ କରିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.