ନୂଆଦିଲ୍ଲୀ: ଭାରତୀୟ ସ୍ପିନ ଯୋଡି ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ଭାରତୀୟ ପ୍ଲେଇଙ୍ଗ ଇଲେଭେନରେ ସ୍ଥାନ ପାଇବା ପାଇଁ ପ୍ରାୟତଃ କସରତ କରିଥାନ୍ତି । କିନ୍ତୁ ଏହି ଯୋଡି ପିଚରେ ଏବଂ ବାହାରେ ଏକ ସାଙ୍ଗରେ ଖୁବ ମସ୍ତି କରନ୍ତି ତାହା ପୁଣି ଶୁକ୍ରବାର ଦେଖିବାକୁ ମିଳିଥିଲା ।
ଚହଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଠାରେ ସେ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲଙ୍କୁ ଏମିତି ବଲ ପକାଉଛନ୍ତି ଯାହା ସେ ଖେଳିପାରି ନଥିଲେ ଏବଂ ଏହି ବଲ କିୱି ଓପନରଙ୍କ ଅଫଷ୍ଟମ୍ପକୁ ଦୋହଲାଇ ଦେଇଥିଲା ।
‘‘ଏହି ଅନୁଭବ (This feeling),’’ ପୋଷ୍ଟ ସହ ଏହି କ୍ୟାପସନ ଦେଇଛନ୍ତି ଚହଲ ।
ଚାଇନାମ୍ୟାନ କୁଲଦୀପ ଯାଦବ ଚହଲଙ୍କ ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି, ‘‘ଭଲ ବୋଲିଂ ସରଜୀ’’, ଯେଉଁଥିରେ ଚହଲ ଉତ୍ତର ଦେଇଛନ୍ତି, ‘‘ତୁମ ପରି ବୋଲିଂ କରିବାକୁ ଚେଷ୍ଟା କରୁଛି ସାନ ଭାଇ’’।
ୱେଷ୍ଟଇଣ୍ଡିଜ ଭେଟେରାନ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ ମଧ୍ୟ ମଜାଦାର କମେଣ୍ଟ କରି ଲେଖିଛନ୍ତି, ‘‘ତୁମେ ଲାଇନ ଅତିକ୍ରମ କରିଛି । ଏହା ନୋ ବଲ !!! ଅମ୍ପାୟାର।
ଚହଲ ମଧ୍ୟ ତାଙ୍କ ମଜାଳିଆ ଅନ୍ଦାଜରେ ଗେଲଙ୍କୁ ଉତ୍ତର ଦେଇ ଲେଖିଛନ୍ତି, ‘‘ହାହା କଣ ଅଙ୍କଲ କାଲି ରାତିର ପ୍ରଭାବ ?’’
ଚହଲ ନିକଟରେ କହିଛନ୍ତି ଯେ, ସେ ଯେତେବେଳେ ଭାରତ ପାଇଁ କୁଲଦୀପଙ୍କ ସହ ଖେଳନ୍ତି ବ୍ୟାଟ୍ସମ୍ୟାନ ମାନଙ୍କୁ ବିଭିନ୍ନ ପ୍ରକାର ବଲ ଖେଳିବାକୁ ମିଳେ ।
ପରିସଂଖ୍ୟାନ ଦର୍ଶାଏ ଯେ ଯେତେବେଳେ ଚହଲ ଓ କୁଲଦୀପ ଏକାଠି ଖେଳନ୍ତି, ସେତେବେଳେ ଖୁବ ଭଲ ପ୍ରଦର୍ଶନ ରହିଥାଏ ଉଭୟଙ୍କର, ଏବଂ ଭାରତର ବିଜୟର ଆଶା ମଧ୍ୟ ଅଧିକ ରହେ ।
@IANS