ETV Bharat / sports

ଅଗଷ୍ଟ 18ରୁ ଆରମ୍ଭ କାରବିୟନ ପ୍ରିମିୟର ଲିଗ

ତ୍ରିନିଦାଦ ଓ ତୋବାଗୋରେ ଅଗଷ୍ଟ 18 ଆରମ୍ଭ ହେବ କାରବିୟନ ପ୍ରିମିୟର ଲିଗ(CPL)ର 2020 ସଂସ୍କରଣ । କୋଭିଡ-19 ଗାଇଡଲାଇନର ପାଳନ ସହ, ସମସ୍ତ ମ୍ୟାଚ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ । ଅଧିକ ଖବର ପଢନ୍ତୁ...

author img

By

Published : Jul 11, 2020, 11:06 AM IST

Trinidad & Tobago to host CPL 2020 from August
ଅଗଷ୍ଟ 18ରୁ ଆରମ୍ଭ କାରବିୟନ ପ୍ରିମିୟର ଲିଗ

ହାଇଦ୍ରାବାଦ: ଅଗଷ୍ଟ 18ରେ ଆରମ୍ଭ ହେବ କାରବିୟନ ପ୍ରିମିୟର ଲିଗ(CPL)ର 2020 ସଂସ୍କରଣ । ତ୍ରିନିଦାଦ ଓ ତୋବାଗୋରେ ଅଗଷ୍ଟ 18ରୁ ଆରମ୍ଭ ହୋଇ ସେପ୍ଟେମ୍ବର 10 ପର୍ଯ୍ୟନ୍ତ ଖେଳାଯିବ ଏହି ମେଗା ଟି-20 ଲିଗ ।

ପୂର୍ବ ସଂସ୍କରଣ ପରି ଚଳିତ ଥର ସିପିଏଲର ସଂପୂର୍ଣ୍ଣ ମ୍ୟାଚ ଖେଳାଯିବ । କାରବିୟନ ଖେଳାଳିଙ୍କ ସମେତ ବିଦେଶୀ ଖେଳାଳି ମଧ୍ୟ ସାମିଲ ହେବେ । ରସିଦ ଖାନ, କ୍ରିନ ଲିନ, କାର୍ଲୋସ ବ୍ରାଥୱେଟ, ଡ୍ବାଇନ ବ୍ରାଭୋ, ଆଲେକ୍ସ ହେଲ୍ସ ଓ କିରଣ ପୋଲାର୍ଡ ଭଳି ଖେଳାଳି ସମସ୍ତେ ଭାଗନେବେ । ଏନେଇ ସିପିଏଲ ପକ୍ଷରୁ ଏକ ଘୋଷଣାନାମାରେ ସୂଚନା ଦିଆଯାଇଛି ।

ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ମହାମାରୀ କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି, ସିପିଏଲ ପକ୍ଷରୁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି । ବିଦେଶୀ ଖେଳାଳି, ୱେଷ୍ଟଇଣ୍ଡିଜ ଗସ୍ତ କରିବା ପୂର୍ବରୁ କୋଭିଡ-19 ଟେଷ୍ଟ କରାଇବେ । ତ୍ରିନିଦାଦରେ ପହଞ୍ଚିବା ପରେ ମଧ୍ୟ ପୁନଃ ଟେଷ୍ଟ କରାଯିବ । ଗୋଟିଏ ଟିମକୁ ଗୋଟିଏ ହୋଟେଲରେ ରହିବାର ବ୍ୟବସ୍ଥା ହୋଇଛି। ଏଥିସହିତ ସମସ୍ତ ଖେଳାଳିଙ୍କୁ ଦୁଇ ସପ୍ତାହ କ୍ବାରେଣ୍ଟିନରେ ରହିବାକୁ ହେବ ବୋଲି କୁହାଯାଇଛି ।

ଖେଳାଳି ଓ ଷ୍ଟାଫ୍ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା ରରିବେ । ଟିମର କୌଣସି ସଦସ୍ୟଙ୍କ ଠାରେ କୋରୋନା ଲକ୍ଷଣ ଦେଖାଗଲେ, ସମସ୍ତ ସଦସ୍ୟଙ୍କୁ 14 ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ହେବ ।

ସିପିଏଲର ସମସ୍ୟ ସଦସ୍ୟଙ୍କ ଶରୀର ତାପମାତ୍ର ପ୍ରତିଦିନ ପରୀକ୍ଷା ହେବ । ସମସ୍ତ ମ୍ୟାଚ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ । ଏଥିସହିତ କୋଭିଡ-19 ଗାଇଡଲାଇନକୁ ପାଳନ କରାଯିବା ନେଇ ମଧ୍ୟ ଧ୍ୟାନ ଦିଆଯିବ ବୋଲି ସିପିଏଲ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ।

ସିପିଏଲର ସିଓଓ ପିଟେ ରସେଲ, ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ତ୍ରିନିଦାଦ ଓ ତୋବାଗୋର ପ୍ରଧାନମନ୍ତ୍ରୀ ଡ. କେଇଥ ରାୱଲେ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସମଫା କୁଡଜୋଏ, ସ୍ବାସ୍ଥ୍ୟ ମନ୍ତ୍ରୀ ଟେରେନ୍ସ ଦିଆଲସିଂ, ମୁଖ୍ୟ ମେଡିକାଲ ଅଫିସର ଡ.ରୋଶନ ପରଶରାମ, ଟିଟିର ସ୍ପୋର୍ଟ୍ସ ଚେୟାରମ୍ୟାନ ଦୌଗଲସ କମଚୋଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.