କଟକ: ଆସନ୍ତା ରବିବାର ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବା ଅନ୍ତିମ ଦିନିକିଆ ମ୍ୟାଚ। ଲୋକ ଭିଡକୁ ଆୟତ୍ତ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମ୍ୟାଚ ଦିନ ଟ୍ରାଫିକ ନିୟନ୍ତ୍ରଣ ସହ ଗାଡି ପାର୍କିଂ ପାଇଁ କେତେକ ଗାଇଡ ଲାଇନ ଜାରି କରିଛି କମିଶନରେଟ ପୋଲିସ।
ନଜର ପକାନ୍ତୁ ଆପଣ କେଉଁ ସ୍ଥାନରୁ ଆସିଲେ କେଉଁଠି ପାର୍କ କରିବେ ନିଜର ଗାଡି...
1. ମାତାମଠ, ରିଂ ରୋଡ, ହାଓଡା ମୋଟର ଛକ ଆଡୁ ଆସୁଥିବା ଗାଡି ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରାଯିବାର ବ୍ୟବସ୍ଥା କରାଯାଇଛି।
2. ଚହଟା ଛକ, ଡିୟର ପାର୍କ ନଗର ଆଡୁ ଆସୁଥିବା ଗାଡି କାର୍ତ୍ତିକେଶ୍ବର ଗଡାରେ ପାର୍କ କରିବେ।
3. ଚଣ୍ଡିଛକ ଆଡୁ ଆସୁଥିବା ଗାଡି ଗୁଡିକ ସିଧା ଷ୍ଟାଡିୟମ ରାସ୍ତରେ ଆସି ପାରିବେ ନାହିଁ। ଉକ୍ତ ଗାଡି ଗୁଡିକ ରିଂ ରୋଡରେ ଥିବା ପାର୍କିଂ ସ୍ଥାନରେ ପାର୍କିଂ କରି ପାରିବେ।
4. ସମାଜ ଅଫିସ ଦେଇ ଆସୁଥିବା ଗାଡି ଗୁଡିକ କଳାବିକାଶ କେନ୍ଦ୍ର ଦେଇ ଓଡିଶା କ୍ରିକେଟ ଏକାଡେମି ପଡିଆରେ ପାର୍କିଂ କରି ପାରିବେ।
5. କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୁଦନ ନଗରରୁ ଆସୁଥିବା ଗାଡି ଗୁଡିକ ଆନନ୍ଦ ଭବନ ପଡିଆରେ ପାର୍କିଂ କରି ପାରିବେ।
6. ଜାଭିୟର ଗ୍ରାଉଣ୍ଡରେ ପାସ ପାଇଥିବା ବ୍ୟକ୍ତି ବାମ୍ବୋଡିପୋ ଓ ଚମ୍ପାବନ ରାସ୍ତା ଦେଇ ଗେଟ-14ରେ ଯାଇ ପଡିଆରେ ପାର୍କିଂ କରିବେ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ