ETV Bharat / sports

ବ୍ୟାଟ୍ସମ୍ୟାନ ତୁଷାରରୁ ବୋଲର ଦେଶପାଣ୍ଡେ: ଜିମଖାନାରୁ ଆଇପିଏଲ ଯାତ୍ରା

author img

By

Published : Oct 15, 2020, 7:08 PM IST

ଦିଲ୍ଲୀ କ୍ୟାପିଟାଲ୍ସର 25 ବର୍ଷୀୟ ଯୁବ ବୋଲର ତୁଷାର ଦେଶପାଣ୍ଡେ । ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ ଡେବ୍ୟୁ କରିଛନ୍ତି । ରାଜସ୍ଥାନ ବିପକ୍ଷରେ ନିଜ ଟିମ ଦିଲ୍ଲୀକୁ 13 ରନର ବିଜୟ ଦେବାରେ ଉପଯୋଗୀ ଯୋଗଦାନ କରିଛନ୍ତି ।

Tracing Tushar Deshpande's journey from Parsee Gymkhana to IPL
ବ୍ୟାଟ୍ସମ୍ୟାନ ତୁଷାରରୁ ବୋଲର ଦେଶପାଣ୍ଡେ: ଜିମଖାନାରୁ ଆଇପିଏଲ ଯାତ୍ରା

ମୁମ୍ବାଇ: ବ୍ୟାଟ୍ସମ୍ୟାନ ହେବା ଇଚ୍ଛାରେ ଜିମଖାନାର ଶିବାଜୀ ପାର୍କରେ ଚୟନ ପ୍ରକ୍ରିୟାର ଲମ୍ବା ଲାଇନରେ ଛିଡା ହେବା ଠାରୁ ଦ୍ରୁତ ବୋଲର ଭାବେ ଆଇପିଏଲ ଡେବ୍ୟୁ ମ୍ୟାଚରେ ଚତ୍ମକାର ଯାତ୍ରା । ମୁମ୍ବାଇ କ୍ରିକେଟର ତୁଷାର ଦେଶପାଣ୍ଡେଙ୍କ ଲମ୍ବା ଯାତ୍ରା ଅତିକ୍ରମ କରିଛନ୍ତି ।

ସେଥିପାଇଁ ଚର୍ଚ୍ଚାରେ ଦିଲ୍ଲୀ କ୍ୟାପିଟାଲ୍ସର 25 ବର୍ଷୀୟ ଯୁବ ବୋଲର ତୁଷାର ଦେଶପାଣ୍ଡେ । ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ ଡେବ୍ୟୁ କରିଛନ୍ତି । ରାଜସ୍ଥାନ ବିପକ୍ଷରେ ନିଜ ଟିମ ଦିଲ୍ଲୀକୁ 13 ରନର ବିଜୟ ଦେବାରେ ଉପଯୋଗୀ ଯୋଗଦାନ କରିଛନ୍ତି ।

"ବର୍ଷ 2007ରେ, ମୋ ସହିତ ତିନି-ଚାରି ଜଣ ଯୁବକ ବିପିଏଲ ଲୁପ ଏକାଡେମୀ ପାଇଁ କଲ୍ୟାଣରୁ ଜିମଖାନା ଶିବାଜୀ ପାର୍କ ଚୟନ ପାଇଁ ଯାଇଥିଲୁ । ସେଠାରେ ବ୍ୟାଟ୍ସମ୍ୟାନମାନଙ୍କ ଲମ୍ବା ଲାଇନ ଲାଗିଥିଲା । ପ୍ରାୟ 40ରୁ 50 ଜଣ ଖେଳାଳି ଲାଇନରେ ଛିଡା ହୋଇଥିଲେ ଓ 20-25 ଜଣ ପ୍ୟାଡ ପିନ୍ଧିଥିଲେ ।

ମାତ୍ର ବୋଲର ଲାଇନରେ କେବଳ 15-20ଜଣ ଆଶାୟୀ ରହିଥିଲେ । ସମୟ ଅପରାହ୍ନ 3.30 ହୋଇଥିଲା, 6-6-30 ପର୍ଯ୍ୟନ୍ତ ଚୟନ ପ୍ରକିୟା ହେବାର ଥିଲା ।

ମୁଁ ଭାବିଲି ବ୍ୟାଟିଂ ପାଇଁ ବହୁତ ଖେଳାଳି ଥିବାରୁ, ସୁଯୋଗ ମିଳିନପାରେ, କିନ୍ତୁ ଖାଲି ହାତରେ ଫେରିବା ଠିକ ହେବନାହିଁ । ସେଥିପାଇଁ ବୋଲରଙ୍କ ଲାଇନରେ ଛିଡା ହୋଇଗଲି ।"

"ବୋଲର ଲାଇନ ଶୀଘ୍ର ଆଗକୁ ବଢିଲା, ପରେ ମୋ ପାଳି ପଡିଲା, ସୌଭାଗ୍ୟବଶତଃ ନୂଆ ବଲ ମିଳିଗଲା ।

ରନଅପ ଚିହ୍ନଟ କରିବା ପରେ, ପ୍ରଥମ ବଲ ବୋଲିଂ କରିବାକୁ ପଡିଲା । ଏହି ବଲ ସୁନ୍ଦର ଆଉଟ ସୁଇଂ ହୋଇଥିଲା । ପଦ୍ମାକାର ଶିବଲକର, ଖୁସି ହୋଇ, ସମାନ ବଲ ପୁନର୍ବାର ବୋଲିଂ କରିବାକୁ କହିଲେ ।

ସେତେବେଳେ ମୋତେ ଜଣାନଥିଲା ତାଙ୍କ ପରିଚୟ, କିନ୍ତୁ ପୁନର୍ବାର ବୋଲିଂ କରିବା ସହ 6-7ଟି ବଲ ବୋଲିଂ କରିବା ପରେ ଚୟନ ପାଇଁ ତାଲିକାଭୁକ୍ତ ହୋଇଥିଲି । ପରେ ଜିମଖାନା ପାଇଁ ବୋଲର ଭାବେ ଖେଳିବାକୁ ନିଷ୍ପତ୍ତି ନେଇଥିଲି ।" ଆଇପିଏଲ ଡେବ୍ୟୁ ମ୍ୟାଚ ପରେ ନିଜର କ୍ରିକେଟ ଯାତ୍ରା ନେଇ ଏମିତି କିଛି ଖୁଲାସା କରିଛନ୍ତି, ଯୁବ ବୋଲର ତୁଷାର ଦେଶପାଣ୍ଡେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.