ଇନ୍ଦୋର: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳା ଗୁରୁବାରଠୁ ଆରମ୍ଭ ହୋବାକୁ ଯାଉଛି । ସ୍ଥାନୀୟ ହୋଲକର୍ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ। ଟି20 ବିଜୟ ପରେ ଟେଷ୍ଟ ଉପରେ ନଜର ରଖିଛି ବିରାଟ ସେନା। ଟି20ରୁ ବିଶ୍ରାମ ନେଇଥିବା କୋହଲି ଟେଷ୍ଟ ସିରିଜ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ପ୍ରଥମ ଟେଷ୍ଟ ପରେ 2ୟ ଟେଷ୍ଟକୁ ନେଇ ଚର୍ଚ୍ଚା। କୋଲକାତାର ଇଡେନ ଗାର୍ଡେନର ଖେଳାଯିବ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ। ଯାହାକି ପିଙ୍କ ବଲରେ ଖେଳାଯିବ। ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର 2ୟ ମ୍ୟାଚ ହେବ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ । ଆସନ୍ତା 22 ତାରିଖରେ ଖେଳାଯିବ ଏହି ମ୍ୟାଚ।
ଅନ୍ୟପଟେ ବିଶ୍ବ ଟେଷ୍ଟ ଚମ୍ପିଆନସିପ କ୍ୟାଲେଣ୍ଡରରେ ଟପ ସ୍ପଟରେସ ରହିଛି ଟିମ ଇଣ୍ଡିଆ। ଏହି ଲମ୍ବା ଫର୍ମାଟର ଟୁର୍ଣ୍ଣାମେଣ୍ଟରେ କୌଣସି ସିରିଜ ଏଯାଏ ହାତଛଡା କରି ନାହିଁ ଦଳ । ଫଳରେ ଆସନ୍ତାକାଲି ମ୍ୟାଚ ପାଇଁ ଫୁଲ ଜୋସରେ ରହିଛି ଘରୋଇ ଦଳ।
ଭାରତ: ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ୍, ଚେତେଶ୍ୱର ପୂଜାରା, ବିରାଟ୍ କୋହଲି (କ୍ୟାପଟେନ୍), ଆଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡେଜା, ଋଦ୍ଧିମାନ ସାହା (ୱିକେଟକିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ମହମ୍ମଦ ଶାମି, ଉମେଶ ଯାଦବ, ଈଶାନ୍ତ ଶର୍ମା, କୁଲଦୀପ ଯାଦବ । ରିଜର୍ଭ: ଶୁବମାନ ଗିଲ୍, ହନୁମା ବିହାରୀ, ଋଷଭ ପନ୍ତ।
ବାଂଲାଦେଶ: ମୋମିନୁଲ୍ ହକ୍ (କ୍ୟାପଟେନ୍), ଇମରୁଲ୍ କାୟେସ୍, ମୁଶଫିକର ରହିମ୍ (ୱିକେଟକିପର), ମହମ୍ମଦୁଲ୍ଲା ରିୟାଦ, ମହମ୍ମଦ ମିଥୁନ୍, ଲିଟନ୍ ଦାସ, ମେହଦି ହାସନ୍ ମିରାଜ୍, ମୁସ୍ତାଫିଜୁର୍ ରେହମାନ୍, ନଇମ୍ ହାସନ୍, ସୈଫ୍ ହାସନ୍, ଶାଦମାନ୍ ଇସଲାମ୍, ତାଇଜୁଲ୍ ଇସଲାମ୍, ଆଦୁ ଜାୟେଦ୍, ଇବାଦତ୍ ହୁସେନ୍, ମୋସାଡେକ୍ ହୁସେନ୍।