ETV Bharat / sports

ଆଜିଠୁ ବକ୍ସିଂ ଡେ' ଟେଷ୍ଟ, ଜାଣନ୍ତୁ କଣ ରହିଛି ଇତିହାସ - the Boxing Day Test match

ପ୍ରତିବର୍ଷ ଡିସେମ୍ବର 26, ଅର୍ଥାତ୍‌ ଖ୍ରୀଷ୍ଟମାସ ପରଦିନ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଗ୍ରାଉଣ୍ଡରେ ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯାଏ । ଯାହାକୁ ବକ୍ସିଂ ଡେ' ଟେଷ୍ଟ ମ୍ୟାଚ୍‌ କୁହାଯାଏ । ଜାଣନ୍ତୁ ପୁରା ତଥ୍ୟ

Today the Boxing Day Test match starts
ବକ୍ସିଂ ଡେ' ଟେଷ୍ଟ
author img

By

Published : Dec 26, 2019, 6:40 AM IST

ମେଲବର୍ଣ୍ଣ: ଦୀର୍ଘ 32 ବର୍ଷ ପରେ ଘରୋଇ ଅଷ୍ଟ୍ରେଲିଆ ଏବଂ ପଡୋଶୀ ନ୍ୟୁଜିଲାଣ୍ଡ ମଧ୍ୟରେ ବକ୍ସିଂ ଡେ' ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ ଆଜି(ଗୁରୁବାର)ଠାରୁ ଆରମ୍ଭ ହେଉଛି । ତେବେ 1987 ମସିହାରେ ଶେଷଥର ପାଇଁ ଏହି ଦୁଇ ଦେଶ ମଧ୍ୟରେ ଏହି ଐତିହାସିକ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା।

ତେବେ ଆଷ୍ଟ୍ରେଲିଆର ପ୍ରସିଦ୍ଧ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ଏହି ମ୍ୟାଚ । ଭାରତୀୟ ସମୟ ଭୋର 5ଟାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ପ୍ରଥମ ମ୍ୟାଚ୍‌ ହାତଛଡ଼ା କରିଥିବାରୁ ନ୍ୟୁଜିଲାଣ୍ଡ ସିରିଜକୁ ଫେରିବା ଲକ୍ଷ୍ୟରେ ରହିଛି । ଅନ୍ୟପଟେ ଏହି ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ 2-0ରେ ଆଗୁଆ ସିରିଜ ହାତେଇ ଖ୍ରୀଷ୍ଟମାସ ଭେଟି ଦେବା ଲକ୍ଷ୍ୟରେ ରହିଛି । ବକ୍ସିଂ ଡେ ରେ ଏହି ଟେଷ୍ଟ ଆରମ୍ଭ ହେଉଥିବାରୁ ଓ ଏବେ ଛୁଟି ଚାଲିଥିବାରୁ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ ପରିଲକ୍ଷିତ ହୋଇଛି ।

ତେବେ ଏହି ବକ୍ସିଂ ଡେ' ଟେଷ୍ଟ ମ୍ୟାଚ୍‌ ପଛରେ କଣ ଇତିହାସ ରହିଛି-

ପ୍ରତି ବର୍ଷ ଡିସେମ୍ବର 26, ଅର୍ଥାତ୍‌ ଖ୍ରୀଷ୍ଟମାସ ପରଦିନ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଗ୍ରାଉଣ୍ଡରେ ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯାଏ । ଯାହାକୁ ବକ୍ସିଂ ଡେ' ଟେଷ୍ଟ ମ୍ୟାଚ୍‌ କୁହାଯାଏ । ତେବେ ବକ୍ସିଂ ଡେ' ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ବକ୍ସିଂ ଡେ' କଣ ପ୍ରଥମେ ଜାଣନ୍ତୁ । ଖ୍ରୀଷ୍ଟମାସ ପର ଦିନ ଅର୍ଥାତ ଡିସେମ୍ବର 26ତାରିଖକୁ ବକ୍ସିଂ ଡେ' ଭାବରେ ପାଳନ କରାଯାଏ । କାରଣ ଏହି ଦିନ ବ୍ରିଟିଶ ଶାସନଠାରୁ ମୁକ୍ତ ହୋଇଥିଲା ଯୁକ୍ତରାଜ୍ୟ । ଅନ୍ୟପଟେ ବକ୍ସିଂ ଡେ' ନାମ କରଣ ଖ୍ରୀଷ୍ଟମାସ ଗିପ୍ଟ ବକ୍ସରୁ ଆସିଛି । ଯାହାକି ଖ୍ରୀଷ୍ଟମାସ ପରଦିନ ଡାକ କର୍ମଚାରୀ, ଘରେ କାମ କରୁଥିବା ଲୋକ, ଜିନିଷପତ୍ର ନେବା ଆଣିବା କରୁଥିବା ଲୋକଙ୍କୁ ଉପହାର ବାବଦରେ ଖ୍ରୀଷ୍ଟମାସ ବକ୍ସ ଦିଆଯାଉଥିଲା । ଏହା ବ୍ରିଟିଶ ପରମ୍ପରାଠାରୁ ଆରମ୍ଭ ହୋଇଥିଲା । ଫଳରେ ଏହି ଦିନକୁ ବକ୍ସିଂ ଡେ' ବୋଲି କୁହାଗଲା ।

ଅନ୍ୟପଟେ ଏହି ଦିନ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌କୁ ବକ୍ସିଂ ଡେ' ଟେଷ୍ଟ ମ୍ୟାଚ ବୋଲି କୁହାଯାଏ । ପ୍ରତିବର୍ଷ ଡିସେମ୍ବର 26ରେ ଅଷ୍ଟ୍ରେଲିଆ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବକ୍ସିଂ ଡେ' ଟେଷ୍ଟ ମ୍ୟାଚ୍‌ ଖେଳାଯାଏ । ଅଷ୍ଟ୍ରେଲିଆ ବ୍ୟତୀତ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡରେ ମଧ୍ୟ ବକ୍ସିଂ ଡେ' ଟେଷ୍ଟ ମ୍ୟାଚ୍‌ ଖେଳାଯାଏ । 1950ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.