ଲାହୋର: ସମଗ୍ର ବିଶ୍ବକୁ ପ୍ରଭାବିତ କରି ଚାଲିଥିବା କୋରୋନା ଭାଇରସ୍ ମହାମାରୀ ମଧ୍ୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଲୋକଙ୍କୁ ଧର୍ମ ଏବଂ ଅର୍ଥନୈତିକ ସ୍ଥିତିକୁ ବୃଦ୍ଧି କରିବାରେ ପରସ୍ପରକୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଅଖତର କହିଛନ୍ତି ଏକ ହୋଇ ବିଶ୍ବ ଶକ୍ତି ଭାବରେ କାର୍ଯ୍ୟ କରିବାକୁ । ଏଥି ସହିତ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ଅନୁରୋଧ ସେ କରିଛନ୍ତି ।
"ସମଗ୍ର ପୃଥିବୀରେ ମୋର ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ କରୁଛି ଯେ, କୋରୋନା ଭାଇରସ୍ ହେଉଛି ଏକ ବିଶ୍ବ ସଙ୍କଟ । ଏହାକୁ ଆମେ ମିଳିମିଶି ବିଶ୍ବର ଶକ୍ତି ଭାବରେ ସମ୍ମୁଖୀନ କରିବାକୁ ପଡିବ । ଭାଇରସ ଅଧିକ ବୃଦ୍ଧି ନ ହେଉ ସେଥି ପାଇଁ ଲକ୍ ଡାଉନ୍ ଘୋଷଣା ହୋଇଛି । ଯାହା ଦ୍ବାରା ଏହି ଭୂତାଣୁ ବିସ୍ତାର ହୋଇପାରିବେ ନାହିଁ । ଯଦି ଆପଣ କୌଣସି ସ୍ଥାନରେ ଏକାଠି ହେଉଛନ୍ତି କିମ୍ବା କୌଣସି ବୈଠକ କରୁଛନ୍ତି , ତେବେ ଏହାର ଫଳ ନିରର୍ଥକ ।’’ ବୋଲି ଅଖତର କହିଛନ୍ତି ।
ତେବେ କୌଣସି ନିତ୍ୟ ବ୍ୟବହୃତ ସାମାଗ୍ରୀ ସଂଗ୍ରହ କଲା ବେଳେ ଗରିବ ଲୋକଙ୍କ କଥା ବି ଭାବନ୍ତୁ । କାରଣ ଏ ପରିସ୍ଥିତରେ ଦୋକାନ ବଜାର ବନ୍ଦ ରହିଛି । ଆପଣ ସମସ୍ତ ସାମଗ୍ରୀ ମହଜୁତ୍ ରଖିଦେବେ ଯଦି ସେମାନେ କଣ କରିବେ ବୋଲି ଅଖତର କହିଛନ୍ତି । ତେଣୁ ଏବେ ହିନ୍ଦୁ, ମୁସଲମାନ ନୁହେଁ ବରଂ ମଣିଷ ହେବାର ସମୟ ବୋଲି ସେ କହିଛନ୍ତି । ଲୋକଙ୍କୁ ପରସ୍ପରକୁ ସାହାଯ୍ୟ କରିବାକୁ ଓ ପାଣ୍ଠି ସଂଗ୍ରହ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।