ହାଇଦ୍ରାବାଦ: ନ୍ୟୁଜିଲାଣ୍ଡର ଷ୍ଟାର ପେସର ଟିମ ସାଉଦି ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ଏକ ରେକର୍ଡର ସମକକ୍ଷ ହୋଇଛନ୍ତି । ବିଶ୍ବାସ ନେହେଲେ ମଧ୍ୟ ସତ । ସାଉଦି ବଲ ସହ ବ୍ୟାଟରେ ମଧ୍ୟ ଯୋଗଦାନ କରିଥାନ୍ତି । ତେବେ ଏକ ନିଆରା ରେକର୍ଡର ଅଧିକାରୀ ହୋଇଛନ୍ତି ଏହି ବୋଲର ।
କ୍ରିକେଟର ଲମ୍ବା ଫର୍ମାଟରେ ଛକା ମାରିବାରେ ସଚିନଙ୍କ ସହ ସମକକ୍ଷ ହୋଇଛନ୍ତି ସାଉଦି । ସଚିନ 329 ଇଂନିସରେ 69ଟି ଛକା ମାରିଥିବା ବେଳେ, ସାଉଦି 89ଟି ଇଂନିସରେ ସମାନ ଛକା ମାରିଛନ୍ତି ।
ସାଉଦି ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ଶେଷ ୱିକେଟରେ ବ୍ୟାଟିଂ ଆସି 14 ରନ କରିଥିଲେ । ଶ୍ରୀଲଙ୍କା ସ୍ପିନର ଧନଞ୍ଜୟ ଦି ସିଲଭାଙ୍କୁ ଏକ ଲମ୍ବା ଛକାମାରି ସଚିନଙ୍କ ଛକା ରେକର୍ଡ ସହ ସମକକ୍ଷ ହୋଇଥିଲେ ସାଉଦି ।
ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ ନ୍ୟୁଜିଲାଣ୍ଡର ପୂର୍ବତନ କ୍ୟାପଟେନ ବ୍ରେଣ୍ଡନ ମାକ୍ୟୁଲମଙ୍କ ନାମରେ ରହିଛି । ମାକ୍ୟୁଲମ 176 ଟି ଇଂନିସରେ 107ଟି ଛକା ମାରିଛନ୍ତି । ଏହି ତାଲିକାରେ ଗିଲଖ୍ରୀଷ୍ଟ 100, ଗେଲ 98, ଜ୍ୟାକ କାଲିସ 97 ଓ ବିରେନ୍ଦ୍ର ସେହୱାଗ ନାମରେ 91 ଟି ଛକା ରହିଛି ।