ନୂଆଦିଲ୍ଲୀ: ଆଇପିଏଲ ପରିଚାଳନା ପରିଷଦ ବୈଠକରେ ମହିଳା ଆଇପିଏଲ ନେଇ ଆଲୋଚନା କରାଯିବ । ଯେଉଁଠି ଏକ 3 ଟିମ୍ ମହିଳା ବିଶିଷ୍ଟ ଆଇପିଏଲର ପ୍ରସ୍ତାବ ଦିଆଯାଇଛି । ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାର ଯୋଜନା କରାଯାଉଛି । ସେହିପରି ପୁରୁଷ ଆଇପିଏଲ୍ ପରେ ପରେ ହିଁ ଏହା ସମାନ ଭାବେ ସ୍ଥାନ ପାଇବ ।
ସେପଟେ ବିସିସିଆଇ ଅଧକ୍ଷ୍ୟ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ମହିଳା ଆଇପିଏଲ୍ ବା ଚ୍ୟାଲେଞ୍ଜର୍ ସିରିଜ୍, ଯାହା ପାଇଁ ଆମେ ଯୋଜନା କରୁଛୁ । ତେବେ ଏହା କେବଳ ହରମନପ୍ରୀତ କୌର ଏବଂ ତାଙ୍କ ଦଳ ପାଇଁ ନୂହେଁ ବରଂ ଅନ୍ୟ କିଛି ଦଳଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବାର ଯୋଜନା ରହିଛି ।
ସୂଚନାଥାଉ କି, ୟୁଏଇରେ ଆସନ୍ତା ସେପ୍ଟେମ୍ବର 19ରୁ ଅକ୍ଟୋବର 10 ଯାଏଁ ଆଇପିଏଲ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଆଜି ଆଇପିଏଲର ପରିଚାଳନା ପରିଷଦ ବୈଠକ ବସିବାକୁ ଯାଉଛି ।
ଦୁଇ ବର୍ଷ ଧରି ପୁରୁଷ ଆଇପିଏଲ୍ ସମୟରେ ବିସିସିଆଇ ମହିଳା ଟି -20 ମ୍ୟାଚ୍ ଆୟୋଜନ କରିଆସୁଛି, ଯାହା ଚ୍ୟାଲେଞ୍ଜର୍ ସିରିଜ୍ ଭାବରେ ଜଣାଶୁଣା । ଚଳିତ ବର୍ଷ ମଧ୍ୟ ଏହାକୁ ଆଇପିଏଲ୍ ସମୟରେ ଆୟୋଜନ ପାଇଁ ଯୋଜନା ଚାଲିଛି । ପୁରୁଷ ଆଇପିଏଲ୍ ବର୍ତ୍ତମାନ ସେପ୍ଟେମ୍ବର 19 ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।