ହାଇଦ୍ରାବାଦ: ଆଜି ଦିନରେ ଭାରତୀୟ କ୍ରିକେଟ ଟିମର ହ୍ବାଇଟ-ବଲ ଉପ ଅଧିନାୟକ ରୋହିତ ଶର୍ମା 2019 ବିଶ୍ବକପରେ ଖେଳିଥିଲେ ଅନ୍ୟତମ ଶ୍ରେଷ୍ଠ ଇଂନିସ । ବିଶ୍ବକପର ଗ୍ରୁପ-ପର୍ଯ୍ୟାୟ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ରୋହିତଙ୍କ ଶତକୀୟ ଇଂନିସ ବଳରେ ଭାରତ ବିଜୟୀ ହୋଇଥିଲା ।
![This Day That Year: Rohit smashed ton to help India beat bangladesh in 2019 World Cup](https://etvbharatimages.akamaized.net/etvbharat/prod-images/shakib_202_0207newsroom_1593685121_228.jpg)
ବର୍ମିଂଘାମରେ ଖେଳାଯାଇଥିବା ଏହି ମ୍ୟାଚରେ 28 ରନରେ ବାଂଲାଦେଶକୁ ପରାସ୍ତ କରିଥିଲା ଟିମ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଦୁଇ ଓପନର ଲୋକେଶ ରାହୁ, ରୋହିତ ଶର୍ମା ଓପନିଂ ପାର୍ଟନରସିପରେ 180ରନ ଯୋଡି ଥିଲେ । ମାତ୍ର 90 ରନର ନିଜକ ଶତକ ପୁରା କରିଥିଲେ ହିଟମ୍ୟାନ ରୋହିତ । ଏହା ଟୁର୍ଣ୍ଣାମେଣ୍ଟର 4ର୍ଥ ଓ କ୍ୟାରିୟରର 29ତମ ଶତକ ଥିଲା । 7ଟି ଚୌ ଓ 6 ଛକା ସହାୟତାରେ 104 ରନର ଇଂନିସ ଖେଳି ସୌମ୍ୟ ସରକାରଙ୍କ ଦ୍ବାରା ଆଉଟ ହୋଇଥିଲେ । ଭାରତର ସ୍କୋର 314/9 ।
![This Day That Year: Rohit smashed ton to help India beat bangladesh in 2019 World Cup](https://etvbharatimages.akamaized.net/etvbharat/prod-images/800658-d-eup9twsaefe92_0207newsroom_1593685121_744.webp)
ଏହାପରେ ବାଂଲାଦେଶ ପକ୍ଷରୁ ଅଲରାଉଣ୍ଡର ସାକିବ ଅଲ ହାସନ ଓ ମହମ୍ମଦ ସାଫିଉଦ୍ଦିନ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ମଧ୍ୟ ଦଳକୁ ବିଜୟୀ କରାଇ ପାରିନଥିଲେ । ଭାରତ ପକ୍ଷରୁ ଜଶପ୍ରୀତ ବୁମରା 4ଟି ଓ ହାର୍ଦ୍ଦିକ ପାାଣ୍ଡ୍ୟା 3ଟି ୱିକେଟ ଅକ୍ତିଆର କରିଥିଲେ ।
![This Day That Year: Rohit smashed ton to help India beat bangladesh in 2019 World Cup](https://etvbharatimages.akamaized.net/etvbharat/prod-images/unnamed_0207newsroom_1593685121_481.jpg)