ETV Bharat / sports

ସୟଦ ମୁସ୍କାକ ଅଲୀ ଟ୍ରଫି: କ୍ବାର୍ଟର-ଫାଇନାଲ ପୂର୍ବରୁ କୋଭିଡ ଟେଷ୍ଟ

author img

By

Published : Jan 23, 2021, 6:43 PM IST

ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା 8ଟି ଟିମ ହେଉଛନ୍ତି, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ, ହିମାଚଳ ପ୍ରଦେଶ, ହରିୟାଣା, ବରୋଦା, ବିହାର ଓ ରାଜସ୍ଥାନ । ଅଧିକ ପଢନ୍ତୁ...

Teams undergo Covid-19 tests, ready for Mushtaq Ali T20 knockouts
ସୟଦ ମୁସ୍କାକ ଅଲୀ ଟ୍ରଫି: କ୍ବାର୍ଟର-ଫାଇନାଲ ପୂର୍ବରୁ କୋଭିଡ ଟେଷ୍ଟ

ଅହମ୍ମଦାବାଦ: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟର ନକଆଉଟ ପର୍ଯ୍ୟାୟ ଚୁଡାନ୍ତ ହୋଇଛି । ଜାନୁଆରୀ 26ରୁ ମୋଟେରା ଷ୍ଟାଡିୟମରେ କ୍ବାର୍ଟର-ଫାଇନାଲ ଖେଳିବାକୁ ଥିବା 8ଟି ଟିମର ଚୁଡାନ୍ତ ରୂପରେଖ ସ୍ପଷ୍ଟ ହୋଇଛି । ତେବେ ଏହା ପୂର୍ବରୁ କ୍ବାରେଣ୍ଟିନ ଅବଧି ଶେଷ କରିବା ସହ କୋଭିଡ-19 ଟେଷ୍ଟର ସାମ୍ନା କରିବେ । ରବିବାର ଜାନୁଆରୀ 24ରୁ କ୍ବାର୍ଟର ଫାଇନାଲକୁ ଉନ୍ନୀତ ଟିମ ଅଭ୍ୟାସ ଆରମ୍ଭ କରିବେ ।

ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା 8ଟି ଟିମ ହେଉଛନ୍ତି, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ, ହିମାଚଳ ପ୍ରଦେଶ, ହରିୟାଣା, ବରୋଦା, ବିହାର ଓ ରାଜସ୍ଥାନ ।

ପ୍ରଥମ କ୍ବାର୍ଟର-ଫାଇନାଲ କର୍ଣ୍ଣାଟକ ଓ ପଞ୍ଜାବ ମଧ୍ୟରେ ଖେଳାଯିବ । ସେହିପରି ଦ୍ବିତୀୟ କ୍ବାର୍ଟର ଫାଇନାଲରେ ଜାନୁଆରୀ 26ରେ ତାମିଲନାଡୁକୁ ଭେଟିବ ହିମାଚଳ ପ୍ରଦେଶ ।

ଜାନୁଆରୀ 27ରେ, ହରିୟାଣା ଓ ବରୋଦା ତୃତୀୟ କ୍ବାର୍ଟର-ଫାଇନାଲରେ ମୁହାଁମୁହିଁ ହେବେ । ପରେ 4ର୍ଥ କ୍ବାର୍ଟର ଫାଇନାଲରେ ବିହାର ଓ ରାଜସ୍ଥାନ ମଧ୍ୟରେ ଲଢେଇ ହେବ ।

ନୂଆ ରୂପ ପାଇଥିବା ମୋଟେରା ଷ୍ଟାଡିୟମରେ ସୟଦ ମୁସ୍ତାକ ଅଲୀ ଟି20 ନକଆଉଟ ମ୍ୟାଚ ପ୍ରଥମ ପ୍ରତିଯୋଗୀତା ମୂଳକ ମ୍ୟାଚ ହେବ । ଏହି ବୃହତ ଷ୍ଟାଡିୟମର ଦର୍ଶକ କ୍ଷମତା 1,10,000 ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.