ETV Bharat / sports

ବିଜୟ ହଜାରେ ଟ୍ରଫି ପାଇଁ ଦଳ ଘୋଷିତ, ଚୟନ ନେଇ ଉଠିଲା ପ୍ରଶ୍ନ

ବିଜୟ ହଜାରେ ଟ୍ରଫି ପାଇଁ ଓସିଏ 22 ଜଣିଆ ଦଳ ଘୋଷଣା କରିଛି । ଓଡ଼ିଶା ଦଳରେ ସାମିଲ ହୋଇଛନ୍ତି 8 ଜଣ ନୂଆ ଚେହେରା । ଅଧିକ ପଢ଼ନ୍ତୁ...

author img

By

Published : Feb 18, 2021, 7:09 PM IST

team odisha announced for bijay hazare trophy 2021
ବିଜୟ ହଜାରେ ଟ୍ରଫି ପାଇଁ ଦଳ ଘୋଷିତ, ଚୟନକୁ ନେଇ ଉଠିଲା ପ୍ରଶ୍ନ

କଟକ: ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ 22 ଜଣିଆ ଦଳ ଘୋଷଣା କରିଛି । ଓଡ଼ିଶା ଦଳରେ ସାମିଲ ହୋଇଛନ୍ତି 8 ଜଣ ନୂଆ ଚେହେରା। ସେମାନଙ୍କ ମଧ୍ୟରେ ଶାନ୍ତନୁ ମିଶ୍ରଙ୍କୁ ଅଧିନାୟକ ଦାୟିତ୍ବ ମିଳିଛି । ଓସିଏ ଭିଜନ 2024 ନେଇ ନୂଆ ପ୍ରତିଭାଙ୍କୁ ସାମିଲ କରୁଛି।

ତେବେ ଚଳିତ ବର୍ଷ ଓଡ଼ିଶା ଦଳ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିଛି। ଏହାର କାରଣ ହେଉଛି, ଦଳରେ ସ୍ଥାନ ପାଇନାହାନ୍ତି ଦୁଇ ଅଭିଜ୍ଞ ବ୍ୟାଟସମ୍ୟାନ ଗୋବିନ୍ଦ ପୋଦ୍ଦାର ଓ ବିପ୍ଳବ ସମାନ୍ତରାୟ । କୋରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ରଣଜୀ ସିଜିନ ମଧ୍ୟ ବନ୍ଦ କରାଯାଇଛି । ଅଭିଜ୍ଞ ଖେଳାଳିଙ୍କ ବିନା ଓଡ଼ିଶା ଉପରେ ଚାପ ରହିବ ବୋଲି ମତ ପ୍ରକାଶ ପାଇଛି ।

ଉଭୟ ଆନ୍ତଃଜିଲା ଓ ଓସିଏଲରେ ଭଲ ପଦର୍ଶନ କରିଥିବା ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଏହାପୂର୍ବରୁ ମୁସ୍ତାକ ଅଲି ଟ୍ରଫିରେ ଓଡ଼ିଶା ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲା। 5ଟି ମ୍ୟାଚରୁ 4ଟି ପରାଜୟ ଓ ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ମୁସ୍ତାକ ଅଲି ଟ୍ରଫିରୁ ବାଦ ପଡିଥିଲା ଓଡ଼ିଶା। ବିଜୟ ହଜାରେ ଟ୍ରଫିରେ ଶାନ୍ତନୁ ମିଶ୍ରଙ୍କ ନେତୃତ୍ବରେ ଦଳ ପଡ଼ିଆକୁ ଓହ୍ଲାଇବ। ହେଲେ ଦଳରେ ଏହି ଦୁଇ ଜଣ ସାମିଲ ହୋଇଥିଲେ ଦଳ ଆହୁରି ମଜବୁତ ହୋଇଥାନ୍ତା ବୋଲି କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ।

ଗୋବିନ୍ଦ ମଧ୍ୟ ଆଇପିଏଲର ଚୂଡ଼ାନ୍ତ ନିଲାମ ପ୍ରକ୍ରିୟାରେ ସାମିଲ ରହିଛନ୍ତି। ଏହି ଦୁଇ ଜଣ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିରେ ଓଡ଼ିଶା କିଭଳି ପ୍ରଦର୍ଶନ କରିବ ତାହାରି ସଭିଙ୍କ ନଜର ରହିଛି। ବିଜୟ ହଜାରେ ଟ୍ରଫିରେ 5ଟି ଏକଦିବସିୟ ମ୍ୟାଚ ଖେଳିବ ଓଡ଼ିଶା। ସେପଟେ ଦଳ ସନ୍ତୁଳିତ ଅଛି ଓ ଦଳ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଶାବାଦୀ ଅଛନ୍ତି ଓସିଏ ଚୟନ କମିଟି ଅଧକ୍ଷ ପ୍ରଭଞ୍ଜନ ମଲ୍ଲିକ।

ଓସିଏ ଭିଜନ 2024 ନେଇ ନୂଆ ପ୍ରତିଭାଙ୍କୁ ସାମିଲ କରୁଛି। କିନ୍ତୁ ସନ୍ତୁଳିତ ଦଳ ଗଠନ କରିବା ଓ ମ୍ୟାଚ ବିଜୟୀ ଲକ୍ଷ୍ୟ ରହିବା ମଧ୍ୟ ଆବଶ୍ୟକ। ବିଜୟ ହଜାରେ ଟ୍ରଫିରେ ଦଳର ପ୍ରଦର୍ଶନ ହିଁ ଏହାର ଜବାବ ଦେବ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.