ଧର୍ମଶାଳା: ଘରୋଇ ସିରିଜକୁ ବର୍ଷା ଭୟ । ଆସନ୍ତାକାଲି (ରବିବାର) ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜର ପ୍ରଥମ ଟି-20 ମ୍ୟାଚ । ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ ଧର୍ମଶାଳା ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ । ମାତ୍ର ମ୍ୟାଚ ପୂର୍ବରୁ ଖରାପ ପାଣିପାଗ ପାଇଁ ଇଣ୍ଡୋରରେ ଅଭ୍ୟାସ କରିଛି ଟିମ ଇଣ୍ଡିଆ ।
ତେବେ ଆଜି ପାଣିପାଗ ଖରାପ ଥିବା ବେଳେ ଆସନ୍ତାକାଲି ମଧ୍ୟ ଏଠାରେ ବର୍ଷା ହେବାର ଆଶଙ୍କା ରହିଛି । ତେଣୁ ଆଜିଠାରୁ ସମ୍ପୂର୍ଣ୍ଣ ଆଉଟ ଫିଲ୍ଡକୁ ଘୋଡ଼ାଇ ରଖାଯାଇଛି । ଅଧିନାୟକ ବିରାଟ୍ କୋହଲି ମଧ୍ୟ ପ୍ରେସ କନଫରେନ୍ସ ପରେ ଛତା ଧରି ପଡ଼ିଆକୁ ଯାଇଥିଲେ ।