କଟକ: ଆସନ୍ତାକାଲି ଇଣ୍ଡିଆ-ଇଣ୍ଡିଜ ଶେଷ ଦିନିକିଆ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ଶନିବାର ବାରବାଟୀ ନେଟ୍ସରେ ଅଭ୍ୟାସ କରୁଛି ଟିମ ଇଣ୍ଡିଆ । ଘରୋଇ ଦଳର ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ସମସ୍ତ ଖେଳାଳି ନେଟ୍ସରେ ଅଭ୍ୟାସ କରୁଛନ୍ତି ।
ତେବେ ଟିମ ଇଣ୍ଡିଆର ଅଭ୍ୟାସ ପରେ ପ୍ରାୟ ଅପରାହ୍ନ 2ଟାରେ ଅଭ୍ୟାସ କରିବ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ଦଳ । ଉଲ୍ଲେଖଥାଉ କି, ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜର ସ୍ଥିତି 1-1ରେ ବରାବାର ରହିଛି । ବାରବାଟୀରେ ଖେଳାଯିବାକୁ ଥିବା ମ୍ୟାଚ ଡିସାଇଡର ମ୍ୟାଚ ହେବ ।
ଅନ୍ୟପଟେ ଗତକାଲି ଅଭ୍ୟାସ ସେସନ କ୍ୟାନସଲ ହୋଇଥିଲା । ଫଳରେ ଦୁଇ ଦଳର ଖେଳାଳି ହୋଟେଲରେ ମସ୍ତି କରିୁଥିବାର ନଜର ଆସିଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ