ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଗୁରୁବାର ଏକ କମିଟି ବୈଠକ ଆୟୋଜନ କରିଥିଲା । ଯେଉଁଠି ଆଗାମୀ ବିଶ୍ବ ଟି -20କୁ ନେଇ କୌଣସି ଚୁଡାନ୍ତ ନିଷ୍ପତି ହୋଇପାରି ନାହିଁ । ତେବେ ଏମିତି ହେଲେ ବିସିସିଆଇ ଫାଇଦା ହେବା ନେଇ ଚର୍ଚ୍ଚା ଜୋର ହୋଇଛି । କାରଣ ଦେଶରେ ଲକଡାଉନ ପାଇଁ ବିତ୍ତଶାଳି କ୍ରିକେଟ ଲିଗ୍ ଆଇପିଏଲ ବାତିଲ ହୋଇଛି । ତେଣୁ ବିଶ୍ବକପ ଟି-20 ଖେଳସୂଚୀରେ ବ୍ୟତିକ୍ରମ ଆସିଲେ ବିସିସିଆଇ ପୁନଃ ଆଇପିଏଲ ଆୟୋଜନ କରି ପାରିବ ।
ଜଣେ ବିସିସିଆଇ ଅଧିକାରୀ କହିଛନ୍ତି ଯେ, ବିଶ୍ବକପ ଆୟୋଜନ ପୂର୍ବରୁ ଅନେକ ପ୍ରତିବନ୍ଧକ ସେମାନଙ୍କ ସାମ୍ନାକୁ ଆସିବ । ତେଣୁ ସମସ୍ତ ଦୃଷ୍ଟିକୁ ନଜରରେ ରଖିଲେ ଲାଗୁଛି ବିଶ୍ବକପ ଆୟୋଜନ ସମ୍ଭବ ନୂହେଁ ।
"ସତ କହିବାକୁ ଗଲେ ଅକ୍ଟୋବରରେ ହେବାକୁ ଥିବା ଟି -20 ବିଶ୍ବକପ ସମ୍ଭବ ମନେ ହେଉ ନାହିଁ । କାରଣ ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ସେହି ପରିମାଣର ଲୋକଙ୍କ ସମାବେଶ ହେବେ । ଯାହା କି ଚିନ୍ତା କାରଣ ହେବ । ତେବେ ଏମିତି ପରିସ୍ଥିତିରେ କହି ହେବ ନାହିଁ ଅନ୍ତର୍ଜାତୀୟ କ୍ରିକେଟ ଯାତ୍ରା ପୁଣି କେବେ ଆରମ୍ଭ ହେବ ’’।