ETV Bharat / sports

ସୟଦ ମୁସ୍ତାକ ଅଲୀ ଟ୍ରଫି: ଓଡିଶାକୁ 54 ରନରେ ହରାଇଲା ଝାଡଖଣ୍ଡ

ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଆଉଏକ ପରାଜୟର ସାମ୍ନା କରିଛି ଓଡିଶା । ଅଧିକ ପଢନ୍ତୁ...

author img

By

Published : Jan 16, 2021, 10:58 PM IST

Syed Mushtaq Ali Trophy: Jharkhand beat odisha by 54 runs Syed Mushtaq Ali Trophy
ସୟଦ ମୁସ୍ତାକ ଅଲୀ ଟ୍ରଫି: ଓଡିଶାକୁ 54 ରନରେ ହରାଇଲା ଝାଡଖଣ୍ଡ

ହାଇଦ୍ରାବାଦ: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଆଉ ଏକ ପରାଜୟର ସାମ୍ନା କରିଛି ଓଡିଶା । ଇଡେନ ଗାର୍ଡେନ କୋଲକାତା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଓଡିଶାକୁ 54 ରନରେ ହରାଇଛି ଝାଡଖଣ୍ଡ। ଏହା ଓଡିଶାର କ୍ରମାଗତ 4ର୍ଥ ପରାଜୟ ହୋଇଛି । ଏଥିସହ ଟୁର୍ଣ୍ଣାମେଣ୍ଟରୁ ଦଳ ବାଦ ପଡିଛି ।

ଟସ ଜିତି ଝାଡଖଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପରେ ଓଡିଶା ସାମ୍ନାରେ ନିର୍ଦ୍ଧାରିତ 20 ଓଭରରେ 183 ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା । ଦଳ ପକ୍ଷରୁ କ୍ୟାପଟେନ ତଥା ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନ 36 ବଲରୁ 6 ଚୌକା ଓ 3 ଚୌକା ସହାୟତାରେ ବିସ୍ଫୋରକ 60 ରନର ଇଂନିସ ଖେଳିଥିଲେ । ବିରାଟ ସିଂ 37 ବଲରୁ ଧୁଆଁଧାର 67 ରନର ଇଂନିସ ଖେଳିଥିଲେ ।

ପରେ ଓଡିଶା 183 ରନର ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର 128 ରନରେ ସମସ୍ତ ୱିକେଟ ହରାଇଥିଲା । ଦଳ ପକ୍ଷରୁ ସର୍ବାଧିକ ରନ କରିଥିଲେ ଓପନର ଗୌରବ ଚୌଧୁରୀ । ଗୋବିନ୍ଦ ପୋଦ୍ଦାର 28 ଓ କ୍ୟାପଟେନ ଶୁଭ୍ରାଂଶୁ ସେନାପତି 18 ରନର ଇଂନିସ ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.