ETV Bharat / sports

ସୟଦ ମୁସ୍ତାକ ଅଲୀ ଟ୍ରଫି: ବେଙ୍ଗଲ ବିଜୟୀ, ଆରମ୍ଭରୁ ଝୁଣ୍ଟିଲା ଓଡିଶା - କ୍ୟାପଟେନ ଶୁଭ୍ରାଂଶୁ ସେନାପତି

ନିର୍ଦ୍ଧାରିତ 20 ଓଭରରେ ବେଙ୍ଗଳ ସାମ୍ନାରେ ମାତ୍ର 114 ରନର ବିଜୟ ଲକ୍ଷ୍ୟ ରଖିଥିଲା ଓଡିଶା । ଅଧିକ ପଢନ୍ତୁ...

Syed Mushtaq ali Trophy: Bengal won by 9 wickets vs odisha
ସୟଦ ମୁସ୍ତାକ ଅଲୀ ଟ୍ରଫି: ବେଙ୍ଗଲ ବିଜୟୀ, ଆରମ୍ଭରୁ ଝୁଣ୍ଟିଲା ଓଡିଶା
author img

By

Published : Jan 10, 2021, 3:49 PM IST

କୋଲକାତା: ରବିବାର ଆରମ୍ଭ ହୋଇଛି ସୟଦ ମୁସ୍ତାକ ଅଲୀ ଟ୍ରଫି । ଏଥିସହ ପ୍ରାୟ 9 ମାସ ପରେ ଭାରତକୁ କ୍ରିକେଟ ଫେରିବା ସହ ବିସିସିଆଇର ଘରୋଇ କ୍ରିକେଟ ସିଜିନ ଆରମ୍ଭ ହୋଇଛି । ବେଙ୍ଗଲ ବିପକ୍ଷରେ ଓଡିଶା ଖେଳିଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ପରାଜିତ ହୋଇଛି । କୋଲକାତାର ଯାଦବପୁର ୟୁନିଭରସିଟି କ୍ୟାମ୍ପସରେ ଏହି ମ୍ୟାଚ ଖେଳାଯାଇଥିଲା ।

ଟସ ଜିତି ବେଙ୍ଗଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାସହ, ଓଡିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ୱିକେଟ କିପର ବ୍ୟାଟ୍ସମ୍ୟାନ ରାଜେଶ ଧୂପର ଓ ଅଙ୍କିତ ଯାଦବଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇନଥିଲେ । ରାଜେଶ 37 ବଲରୁ 2 ଚୌକା ସହାୟତାରେ 37 ଓ ଅଙ୍କିତ 39 ବଲରୁ ଗୋଟିଏ ଚୌକା ଓ ଗୋଟିଏ ଛକା ସହାୟତାରେ 32 ରନର ପାଳି ଖେଳିଥିଲେ । ଫଳରେ ନିର୍ଦ୍ଧାରିତ 20 ଓଭରରେ ମାତ୍ର 113 ରନ କରିପାରିଥିଲା ଓଡିଶା ।

ବେଙ୍ଗଲ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଫଳରେ ଓଡିଶାର 8ଜଣ ଖେଳାଳି ଦୁଇଅଙ୍କ ସ୍କୋର କରିପାରିନଥିଲେ । ବେଙ୍ଗଲ ପକ୍ଷରୁ ଇଶାନ ପୋରେଲ 4ଟି ୱିକେଟ, ମୁକେଶ କୁମାର 2ଟି, ଏ ନନ୍ଦି 2 ଓ ଶାହାବାଜ ଅହମ୍ମଦ ଗୋଟିଏ ୱିକେଟ ହାସଲ କରିଥିଲେ । ଓପନର ଶାନ୍ତନୁ ମିଶ୍ର, ଆଦିତ୍ୟ ରାଉତ, କ୍ୟାପଟେନ ଶୁଭ୍ରାଂଶୁ ସେନାପତି, ଗୋବିନ୍ଦ ପୋଦ୍ଦାର ଓ ବିପ୍ଳବ ସାମନ୍ତରାୟ ସମସ୍ତ ନିରାଶ କରିଥିଲେ । ଅନ୍ୟପଟେ 114 ରନର ସହଜ ଲକ୍ଷ୍ୟକୁ ମାତ୍ର 12.2 ଓଭରରେ ଗୋଟିଏ ୱିକେଟ ହରାଇ ହାସଲ କରିନେଇଥିଲା ବେଙ୍ଗଲ । 35 ବଲରୁ 6 ଚୌକା ଓ 2ଟି ଛକା ସହାୟତାରେ ବିସ୍ଫୋରକ 54 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ବିବେକ ସିଂହ । ଶୁଭଙ୍କର ବଳ 34 ଓ ଶ୍ରୀବାତ ଗୋସ୍ବାମୀ 25 ରନର ପାଳି ଖେଳିଥିଲେ । ଗୋବିନ୍ଦ ପୋଦ୍ଦାର ଓଡିଶା ପକ୍ଷରୁ ଏକମାତ୍ର ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.