ETV Bharat / sports

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ଓଡିଶାର ହାଟ୍ରିକ ପରାଜୟ - ଓଡିଶାର ତୃତୀୟ ପରାଜୟ

ଓଡିଶା ପକ୍ଷରୁ ଦିଆଯାଇଥିବା 133 ରନର ବିଜୟ ଲକ୍ଷ୍ୟକୁ 15.1 ଓଭରରେ 2 ୱିକେଟ ହରାଇ ଜିତି ନେଇଛି ତାମିଲନାଡୁ । ଅଧିକ ପଢନ୍ତୁ...

Syed Mushtaq Ali Trophy 2021: Tamil Nadu won by 8 wickets Vs Odisha
ସୟଦ ମୁସ୍ତାକ ଅଲୀ ଟ୍ରଫି: ଓଡିଶାର ତୃତୀୟ ପରାଜୟ
author img

By

Published : Jan 14, 2021, 3:56 PM IST

କୋଲକାତା: ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡିଶାର କ୍ରମାଗତ ତୃତୀୟ ପରାଜୟ । ଓଡିଶା ପକ୍ଷରୁ ଦିଆଯାଇଥିବା 133 ରନର ବିଜୟ ଲକ୍ଷ୍ୟକୁ 15.1 ଓଭରରେ 2 ୱିକେଟ ହରାଇ ଜିତିନେଇଛି ତାମିଲନାଡୁ । ଐତିହାସିକ ଇଡେନ ଗାର୍ଡେନ କୋଲକାତା ଗ୍ରାଉଣ୍ଡରେ ଗୁରୁବାର ଏହି ମ୍ୟାଚ ଖେଳାଯାଇଥିଲା ।

ତାମିଲନାଡୁ ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଓଡିଶା । ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 132 ସଂଗ୍ରହ କରିପାରିଥିଲା । ଦଳ ପକ୍ଷରୁ ସର୍ବାଧିକ 23 ରନର ପାଳି ଖେଳିଥିଲେ ସୂର୍ଯ୍ୟକାନ୍ତ ପ୍ରଧାନ । ୱିକେଟ କିପର ବ୍ୟାଟ୍ସମ୍ୟାନ ରାଜେଶ ଧୂପର 22 ଓ ଶୁଭ୍ରାଂଶୁ ସେନାପତି 20 ରନ କରିଥିଲେ । ତାମିଲନାଡୁ ପକ୍ଷରୁ ସ୍ପିନର ମୁରୁଗାଁ ଅଶ୍ବିନ ସର୍ବାଧିକ 3ଟି ୱିକେଟ ହାତେଇଥିଲେ । ଏମ ମହମ୍ମଦ, ଏ ଖ୍ରୀଷ୍ଟ 2ଟି ଲେଖାଏଁ ଓ ସାଇକିଶୋର, ୱାରିୟର ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

133 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ତାମିଲନାଡୁ ଦଳ 15.1 ଓଭରରେ ହରି ନିଶାନ୍ତ ଓ ଏନ ଜଗଦୀଶାନଙ୍କ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଜଗଦୀଶାନ 38 ବଲରୁ 4 ଚୌକା ଓ 4 ଛକା ସହାୟତାରେ 61 ରନର ବିସ୍ଫୋରକ ପାଳି ଖେଳିଥିଲେ । ନିଶାନ୍ତ 29 ରନର ପାଳି ଖେଳିଥିଲେ । ପରେ ଅରୁଣ କାର୍ତ୍ତିକ 28 ଓ ଶାହାରୁଖ ଖାନ 18 ରନରେ ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ । ଓଡିଶା ପକ୍ଷରୁ ପପୁ ରୟ ଓ ଅଙ୍କିତ ଯାଦବ ଗୋଟିଏ ଲେଖାଏଁ ୱିକେଟ ଅକ୍ତିର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.