ETV Bharat / sports

ତାମିଲନାଡୁ ଦ୍ବିତୀୟ ଥର ସୟଦ ମୁସ୍ତାକ ଅଲୀ ଟ୍ରଫି ଚମ୍ପିଆନ

ଦିନେଶ କାର୍ତ୍ତିକଙ୍କ ନେତୃତ୍ବରେ 2021 ସଂସ୍କରଣର ସୟଦ ମୁସ୍ତାକ ଅଲୀ ଟ୍ରଫି ଚମ୍ପିଆନ ହୋଇଛି ତାମିଲନାଡୁ । ଅଧିକ ପଢନ୍ତୁ...

author img

By

Published : Jan 31, 2021, 10:46 PM IST

Syed Mushtaq Ali: Aparajith, Siddharth star as Tamil Nadu clinch trophy for second time
ତାମିଲନାଡୁ ଦ୍ବିତୀୟଥର ସୟଦ ମୁସ୍ତାକ ଅଲୀ ଟ୍ରଫି ଚମ୍ପିଆନ

ଅହମ୍ମଦାବାଦ: ଦିନେଶ କାର୍ତ୍ତିକଙ୍କ ନେତୃତ୍ବରେ 2021 ସଂସ୍କରଣର ସୟଦ ମୁସ୍ତାକ ଅଲୀ ଟ୍ରଫି ଚମ୍ପିଆନ ହୋଇଛି ତାମିଲନାଡୁ । ସର୍ଦ୍ଦାର ପଟେଲ ଷ୍ଟାଡିୟମ(ମୋଟେରା), ଅହମ୍ମଦାବାଦରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ବରୋଦାକୁ 7 ୱିକେଟରେ କଲା ପରାସ୍ତ । ଏଥିସହ ତାମିଲନାଡୁର ଶେଷ ହେଲା 13 ବର୍ଷର ମୁସ୍ତାକ ଅଲୀ ଟ୍ରଫି ବିଜୟ ଅପେକ୍ଷା । ପ୍ରଭାବୀ ପ୍ରଦର୍ଶନ ପାଇଁ ମନିମରନ ସିଦ୍ଧାର୍ଥ ପ୍ଲେଆର ଅଫ୍‌ ଦ ମ୍ୟାଚ୍‌ ହୋଇଛନ୍ତି । ସିଦ୍ଧାର୍ଥ 4 ଓଭରରେ 20 ରନ ବ୍ୟୟରେ ବରୋଦାର 4ଜଣ ପ୍ରମୁଖ ଖେଳାଳିଙ୍କୁ ପ୍ୟାଭିଲିୟମ ପଠାଇ ବିଜୟରେ ପ୍ରମୁଖ ଯୋଗଦାନ ଦେଇଥିଲେ ।

ଟସ ଜିତି ପ୍ରଥମେ ବରୋଦାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ତାଲିମନାଡୁ କ୍ୟାପଟେନ ଦିନେଶ କାର୍ତ୍ତିକ । ଏହାପରେ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 120 ରନ ସଂଗ୍ରହ କରିପାରିଥିଲା ବରୋଦା । ଏଥିସହ ତାମିଲନାଡୁ ସାମ୍ନାରେ 121 ରନର ବିଜୟ ଲକ୍ଷ୍ୟ ରହିଥିଲା ।

ବରୋଦା ପକ୍ଷରୁ 55 ବଲରୁ 2ଟି ଛକା ଓ ଗୋଟିଏ ଛକା ସହାୟତାରେ ସର୍ବାଧିକ 49 ରନର ଇଂନିସ ଖେଳିଥିଲେ ଭି. ସୋଲାଙ୍କି । ଏ. ସେଠ 30 ବଲରୁ 2ଟି ଚୌକା ଓ ଗୋଟିଏ ଛକା ସହାୟତାରେ 29 ରନର ଇଂନିସ ଖେଳିଥିଲେ । ତେବେ ତାମିଲନାଡୁ ବୋଲର କଞ୍ଜୁସି ବୋଲିଂ ସହ ବଡ ସଟ୍‌ ଖେଳିବାକୁ ସୁଯୋଗ ଦେଇନଥିଲେ । ମନିମରନ ସିଦ୍ଧାର୍ଥ 4 ଓଭରରେ 20 ରନ ବ୍ୟୟରେ 4ଟି ୱିକେଟ ଦଖଲ କରିଥିଲେ । ଅପରାଜିତ, ସୋନୁ ଯାଦବ ଓ ଏମ. ମହମ୍ମଦ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ପରେ ତାମିଲନାଡୁ ପକ୍ଷୁ ଓପନର ହରି ନିଶାନ୍ତ 35, ବାବା ଅପରାଜିତ 29 ଓ କ୍ୟାପଟେନ ଦିନେଶ କାର୍ତ୍ତିକଙ୍କ 22 ରନ ବଳରେ 18 ଓଭରରେ 3 ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.