ETV Bharat / sports

ସିଡନୀ ଡ୍ର ସ୍ବତନ୍ତ୍ର, ବିଜୟ ସହ ସମାନ: ରାହାଣେ

author img

By

Published : Jan 11, 2021, 5:00 PM IST

ରବିଚନ୍ଦ୍ରନ ଅଶ୍ବିନ ଓ ହନୁମା ବିହାରୀ ଅଢେଇ ଘଣ୍ଟା ବ୍ୟାଟିଂ ଓ 258 ବଲର ସାମ୍ନା କରିବା ସହ ସିଡନୀ ଟେଷ୍ଟ ଡ୍ର ହେବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି । ଅଧିକ ପଢନ୍ତୁ...

Sydney draw as good as a win, credit to Vihari and Ashwin for batting 2.5 hours, says Rahane
ସିଡନୀ ଡ୍ର ସ୍ବତନ୍ତ୍ର, ବିଜୟ ସହ ସମାନ: ରାହାଣେ

ସିଡନୀ: ସୋମବାର ଟିମ ଇଣ୍ଡିଆ ପାଇଁ ହୋଇଛି ମଙ୍ଗଳମୟ । ସିଡନୀ କ୍ରିକେଟ ଗ୍ରାଉଣ୍ଡ(SCG)ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ବିନା ଫଳଫଳରେ ଅମୀମାଂସିତ ଭାବେ ଶେଷ ହୋଇଛି । ପରେ ମ୍ୟାଚ ଫଳାଫଳକୁ ନେଇ ଗୁରୁତ୍ବପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି କାମଚଳା କ୍ୟାପଟେନ ଅଜିଙ୍କ୍ୟ ରାହାଣେ । ସିଡନୀ ଟେଷ୍ଟ ଡ୍ର ରେ ଶେଷ ହେବା ସ୍ବତନ୍ତ୍ର, ଓ ବିଜୟ ସହ ସମାନ ବୋଲି କହିଛନ୍ତି ରାହାଣେ ।

Sydney draw as good as a win, credit to Vihari and Ashwin for batting 2.5 hours, says Rahane
ସିଡନୀ ଟେଷ୍ଟ ଡ୍ର

ରବିଚନ୍ଦ୍ରନ ଅଶ୍ବିନ ଓ ହନୁମା ବିହାରୀ 258 ବଲର ସାମ୍ନା କରିବା ସହ ଅପରାଜିତ ରହିଥିଲେ । ଏଥିସହ ସିଡନୀରେ ଘରୋଇ ଅଷ୍ଟ୍ରେଲିଆର ଭାରତକୁ ଅଲଆଉଟ କରିବା ସହ ସିରିଜରେ ଅଗ୍ରଣୀ ସ୍ବପ୍ନ, ସ୍ବପ୍ନରେ ରହିଯାଇଛି । ତୃତୀୟ ଟେଷ୍ଟ ଡ୍ର ହେବାପରେ ସିରିଜ ପୂର୍ବପରି 1-1ରେ ବରାବର ରହିଛି ।

ରବିଚନ୍ଦ୍ରନ ଅଶ୍ବିନ ଓ ହନୁମା ବିହାରୀ

ରାହାଣେ କହିଛନ୍ତି, "ଏହା ଗୋଟିଏ ଟେଷ୍ଟ ବିଜୟର ଅନୁଭବ ଭଳି, ଯେବେ ବିଦେଶମାଟିରେ ପ୍ରଭାବି ପ୍ରଦର୍ଶନ ଦେଖାନ୍ତି ଏହା ସ୍ବତନ୍ତ୍ର ହୋଇଥାଏ । ଅଶ୍ବିନ ଓ ବିହାରୀଙ୍କୁ ଅନେକ ଶ୍ରେୟ ଯାଉଛି ଏହି ଲଢୁଆ ପ୍ରଦର୍ଶନ ପାଇଁ, ପୂଜାରା, ରୋହିତ, ପନ୍ତ ଯେପରି ଟିମ ପାଇଁ ଉପଯୋଗୀ ଯୋଗଦାନ କରିଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ । ତେବେ ଶେଷଭାଗରେ ପ୍ରାୟ ଅଢେଇ ଘଣ୍ଟା ବ୍ୟାଟିଂ କରିଥିବାରୁ ଅଧିକ ଶ୍ରେୟର ହକଦାର ବିହାରୀ ଓ ଅଶ୍ବିନ ।

ବିହାରୀଙ୍କ 161 ବଲରେ 23 ରନ ଖାସ ଇଂନିସ । ବଡ ସ୍କୋର କରିବାରେ ଗତ 3ଟି ଟେଷ୍ଟରେ ସେ ବିଫଳ ହେଉଥିଲେ ମଧ୍ୟ, ଏହି ଇଂନିସ ସ୍ବତନ୍ତ୍ର । ଏହି ଇଂନିସ ଶତକ ଠାରୁ ମଧ୍ୟ ଅଧିକ । ଆହତ ହେବାପରେ ମଧ୍ୟ ଟିମ ପାଇଁ ସେ ଖେଳିବା ଜାରି ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ । ଅନ୍ୟମାନଙ୍କ ପାଇଁ ସେ ମନୋବଳ ବୃଦ୍ଧି କରାଇଥିଲେ । ଆହତକୁ ଖାତିର ନକରି ଶେଷ ବଲ୍ ପର୍ଯ୍ୟନ୍ତ ଲଢେଇ ଜାରି ରଖିଥିଲେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.