ETV Bharat / sports

ବିସିସିଆଇର ଆଇପିଏଲ ବାତିଲ ନିଷ୍ପତିକୁ ଗାଭାସ୍କରଙ୍କ ସମର୍ଥନ - ଇଣ୍ଡିଆନ ପ୍ରିମିୟର ଲିଗ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 13 ତମ ସଂସ୍କରଣକୁ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ବାତିଲ ଘୋଷଣା କରିଛି ବିସିସିଆଇ । ଏହି ନିଷ୍ପତିକୁ ସମର୍ଥନ କରିଛନ୍ତି ଭେଟେରାନ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ।

Sunil Gavaskar: BCCI right in suspending IPL
ବିସିସିଆଇର ଆଇପିଏଲ ବାତିଲ ନିଷ୍ପତିକୁ ଗାଭାସ୍କରଙ୍କ ସମର୍ଥନ
author img

By

Published : Apr 18, 2020, 2:42 PM IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର 13 ତମ ସଂସ୍କରଣକୁ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ବାତିଲ ଘୋଷଣା କରିଛି ବିସିସିଆଇ । ଏହି ନିଷ୍ପତିକୁ ସମର୍ଥନ କରିଛନ୍ତି ଭେଟେରାନ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ।

ମହାମାରୀ କୋରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଏପ୍ରିଲ 14 ପର୍ଯ୍ୟନ୍ତ ଓ ପରେ ମେ 3 ପର୍ଯ୍ୟନ୍ତ ଦେଶରେ ଲକଡାଉନ ଲାଗୁ ଘୋଷଣା କରିଛନ୍ତି । ଫଳରେ ମାର୍ଚ୍ଚ 29ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ 2020କୁ ଆୟୋଜନକୁ ନେଇ ଆଶଙ୍କା ଦେଖାଦେଇଛି ।

ଅକ୍ଟୋବରରେ ଟି-20 ବିଶ୍ବକପ ଖେଳାଯିବା ନେଇ ସୂଚୀ ରହିଛି । ଏହା ପୂର୍ବରୁ ମ୍ୟାଚସଂଖ୍ୟାକୁ କମ କରି ସେପ୍ଟେମ୍ବରରେ ଆଇପିଏଲ ଆୟୋଜନ ହେବାନେଇ ଚର୍ଚ୍ଚା ହେଉଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଆଇପିଏଲ ଶ୍ରୀଲଙ୍କାରେ ଆୟୋଜନ ପାଇଁ ବିସିସିଆଇ ନିକଟକୁ ପ୍ରସ୍ତାବ ଆସିଛି । ସମୟସୂଚୀରେ ପରିବର୍ତ୍ତନ ହେଲେ କାରବିୟନ ପ୍ରିମିୟର ଲିଗ ମଧ୍ୟ ପ୍ରଭାବିତ ହେବାରୁ ଆଶଙ୍କା କରିଛି ସିପିଏଲ । ତେବେ ବିସିସିଆଇ ପକ୍ଷରୁ କୌଣସି ନିଷ୍ପତି ଏଯାବତ ନିଆଯାଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.