ETV Bharat / sports

ଟେଷ୍ଟ କ୍ରିକେଟରେ ଷ୍ଟୁଆର୍ଟ ବ୍ରଡଙ୍କ ବିରଳ '500 ୱିକେଟ'

author img

By

Published : Jul 28, 2020, 7:54 PM IST

ଇଂଲଣ୍ଡ ପେସର ଷ୍ଟୁଆର୍ଟ ବ୍ରଡଙ୍କ ନିଆରା କୀର୍ତ୍ତୀମାନ । ଟେଷ୍ଟ କ୍ରିକେଟ ଇତିହାସରେ 500 ୱିକେଟ ହାସଲକାରୀ ବିଶ୍ବର ସପ୍ତମ ବୋଲର ହୋଇଛନ୍ତି ବ୍ରଡ ।

Stuart Broad seventh cricketer to scalp 500 Test wickets
ଟେଷ୍ଟ କ୍ରିକେଟରେ ଷ୍ଟୁଆର୍ଡ ବ୍ରଡଙ୍କ ବିରଳ '500 ୱିକେଟ'

ମାଞ୍ଚେଷ୍ଟର: ଇଂଲଣ୍ଡ ପେସର ଷ୍ଟୁଆର୍ଟ ବ୍ରଡଙ୍କ ନିଆରା କୀର୍ତ୍ତୀମାନ । ଟେଷ୍ଟ କ୍ରିକେଟ ଇତିହାସରେ 500 ୱିକେଟ ହାସଲକାରୀ ବିଶ୍ବର ସପ୍ତମ ବୋଲର ହୋଇଛନ୍ତି ବ୍ରଡ । ଇଣ୍ଡିଜ ବିପକ୍ଷ 3ୟ ଟେଷ୍ଟର 5ମ ଦିନରେ ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ଇଂଲିଶ ସ୍ପିଡଷ୍ଟାର ।

800 ୱିକେଟ ସହ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନର ରେକର୍ଡ ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥୟା ମୁରଲିଧରନଙ୍କ ନାମରେ ରହିଛି । ସେନ ୱାର୍ଣ୍ଣେ 708, ଅନିଲ କୁମ୍ବଲେ 619, ଜେମ୍ସ ଆଣ୍ଡରସନ 589, ଗ୍ଳେନ ମାଗ୍ରାଥ 563 ଓ କର୍ଟନି ୱଲ୍ସ 519 ଏହି ତାଲିକାରେ ପୂର୍ବରୁ ରହିଛନ୍ତି ।

  • 🚨 5️⃣0️⃣0️⃣ WICKETS 🚨

    Stuart Broad has become just the 7th bowler in the history of the game to take 500 Test wickets! 🎉🎉🎉 #ENGvWI pic.twitter.com/3FtgslBTxm

    — ICC (@ICC) July 28, 2020 " class="align-text-top noRightClick twitterSection" data=" ">

34 ବର୍ଷୀୟ ବ୍ରଡ 3ୟ ଟେଷ୍ଟର ପ୍ରଥମ ଇଂନିସରେ ଘାତକ ବୋଲିଂ ସହ 31/6 ହାସଲ କାରୀ ଭ୍ରମଣକାରୀ ୱେଷ୍ଟଇଣ୍ଡିଜକୁ ପରାଜୟ ମୁହଁକୁ ଠେଲି ଦେଇଥିଲେ । ଫଳରେ ଇଂଲଣ୍ଡ ଇଂନିସରେ ବଡ ବ୍ୟବଧାନର ଅଗ୍ରଣୀ ହାସଲ କରିଥିଲା । ପରେ 3ୟ ଦିନରେ 2ୟ ଇଂନିସରେ 2ଟି ୱିକେଟ ଅକ୍ତିଆର କରିବା ସହ ଇଣ୍ଡିଜକୁ 10/2ରେ ପହଞ୍ଚାଇଥିଲେ ।

ଏଯାବତ ବ୍ରଡ ଇଂଲଣ୍ଡ ପକ୍ଷରୁ 140ଟି ମ୍ୟାଚରେ ପ୍ରତିନିଧିତ୍ବ କରିଛନ୍ତି । 3ୟ ଦିନ ସୁଦ୍ଧା 499 ୱିକେଟ ସହ ମାଇଲଷ୍ଟୋନ 500 ୱିକେଟ ହାସଲ ଠାରୁ ମାତ୍ର ଗୋଟିଏ ୱିକେଟ ଦୂରରେ ରହିଥିଲେ । 4ର୍ଥ ଦିନ ଖେଳ ବର୍ଷା ଯୋଗୁଁ ବିନା ଖେଳରେ ବାତିଲ ହେବାପରେ, 5ମ ଦିନକୁ ବ୍ରଡଙ୍କୁ ଅପେକ୍ଷା କରିବାକୁ ପଡିଥିଲା । କ୍ରେଗ ବ୍ରେଥୱେଟଙ୍କୁ ଆଉଟ କରିବା ସହ 500 ୱିକେଟ କ୍ଳବରେ ସାମିଲ ହୋଇଥିଲେ ବ୍ରଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.