ETV Bharat / sports

ବ୍ରଡଙ୍କ ବିରଳ ରେକର୍ଡ, ଗୋଟିଏ ଦଶନ୍ଧିରେ 400 ଟେଷ୍ଟ ୱିକେଟ

author img

By

Published : Dec 27, 2019, 4:44 AM IST

ଇଂଲଣ୍ଡ ସ୍ପିଡଷ୍ଟାର ଷ୍ଟୁଆର୍ଟ ବ୍ରଡ ଗୋଟିଏ ଦଶନ୍ଧିରେ 400 ଟେଷ୍ଟ ୱିକେଟ ଅକ୍ତିଆର କରିବାର ରେକର୍ଡ କରିଛନ୍ତି । ଅଧିକ ପଢନ୍ତୁ...

Stuart Broad achieve in this decade
ଷ୍ଟୁଆର୍ଟ ବ୍ରଡ ରେକର୍ଡ

ସେଞ୍ଚୁରିଆନ: ଇଂଲଣ୍ଡ ସ୍ପିଡଷ୍ଟାର ଷ୍ଟୁଆର୍ଟ ବ୍ରଡ ଟେଷ୍ଟ କ୍ରିକେଟରେ ଏକ ବିରାଟ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ବ୍ରଡ ଗୋଟିଏ ଦଶନ୍ଧିରେ କ୍ରିକେଟର ଲମ୍ବା ଫର୍ମାଟରେ 400 ୱିକେଟ ଅକ୍ତିଆର କରିବାର ରେକର୍ଡ କରିଛନ୍ତି । ତେବେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିବାରେ, ବ୍ରଡ ନିଜ ଦେଶର ସାଥୀ ବୋଲର ଜେମ୍ସ ଆଣ୍ଡରସନଙ୍କ ପରେ 2ୟ ବୋଲର ହୋଇଛନ୍ତି ।

Stuart Broad achieve in this decade
ଷ୍ଟୁଆର୍ଟ ବ୍ରଡ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଫାଫ ଡୁପ୍ଳେସିସଙ୍କୁ ଆଉଟ କରି ବ୍ରଡ 400 ୱିକେଟ ପୂରଣ କରିଥିଲେ । ଆଣ୍ଡରସନ ଶେଷହେବାକୁ ଯାଉଥିବା ଦଶନ୍ଧିରେ ଏଯାବତ, 428 ୱିକେଟ ଅକ୍ତିଆର କରିସାରିଛନ୍ତି ।

ଆଣ୍ଡରସନ, ବ୍ରଡଙ୍କ ପରେ 376 ୱିକେଟ ସହ 3ୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆ ସ୍ପିନର ନାଥନ ଲାୟନ । ଶ୍ରୀଲଙ୍କାର ରଙ୍ଗନା ହେରାଥ 363 ୱିକେଟ ସହ 4ର୍ଥରେ ରହିଛନ୍ତି । ଟିମ ଇଣ୍ଡିଆର ଷ୍ଟାର ଅଫସ୍ପିନର ରବିଚନ୍ଦ୍ରନ ଅଶ୍ବିନ 362 ୱିକେଟ ସହ ହେରାଥଙ୍କ ପଛରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.