ETV Bharat / sports

ଇଂଲଣ୍ଡ ବନାମ ଇଣ୍ଡିଜ: ବେନ ଷ୍ଟୋକ୍ସଙ୍କ ଆଉ ଏକ ରେକର୍ଡ - ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ

4000 ରନ ସହ 150 ଟେଷ୍ଟ ୱିକେଟ ନେବାରେ ବିଶ୍ବର ଷଷ୍ଠ ତଥା ଇଂଲଣ୍ଡର ପ୍ରଥମ ଖେଳାଳି ହୋଇଛନ୍ତି ବେନ ଷ୍ଟୋକ୍ସ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ହାସଲ କରିଛନ୍ତି ଏହି ମାଇଲ ଖୁଣ୍ଟ । ଅଧିକ ପଢ଼ନ୍ତୁ...

Ben Stokes, Stokes second fastest, 150 wickets & 4000 runs of stokes in Tests, Test Cricket, ବେନ ଷ୍ଟୋକ୍ସଙ୍କ ଆଉ ଏକ ରେକର୍ଡ, ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ, RaiseTheBat
ବେନ ଷ୍ଟୋକ୍ସଙ୍କ ଆଉ ଏକ ରେକର୍ଡ
author img

By

Published : Jul 12, 2020, 12:23 AM IST

ସାଉଥମ୍ପଟନ: ଇଂଲଣ୍ଡନ ଷ୍ଟାଣ୍ଡ-ଇନ କ୍ୟାପ୍ଟେନ ବେନ ଷ୍ଟୋକ୍ସ ତାଙ୍କ ସଫଳତାର ବହିରେ ଆଉ ଏକ ସଫଳ ପୃଷ୍ଠା ଯୋଡିଛନ୍ତି । ଖେଳର ଲମ୍ବା ଫର୍ମାଟରେ ଷ୍ଟୋକ୍ସ 150 ୱିକେଟ ନେବାରେ ସଫଳ ହେବା ସହ 4000 ରନ ମଧ୍ୟ ହାସଲ କରିଛନ୍ତି ।

ସାଉଥମ୍ପଟନ ଠାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା #RaiseTheBat ସିରିଜର ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଷ୍ଟୋକ୍ସ 49 ରନ ଦେଇ 4 ୱିକେଟ ନେଇଥିଲେ ଓ ଭ୍ରମଣକାରୀ ଦଳର ଇନିଂସକୁ 318 ରନରେ ସୀମିତ ରଖିବାରେ ସହାୟକ ହୋଇଥିଲେ ।

ତେବେ ତୃତୀୟ ୱିକେଟ ଭାବେ ଅଲଜାରୀ ଜୋଶେଫଙ୍କୁ ଆଉଟ କରିବା ପରେ ଷ୍ଟୋକ୍ସ ତାଙ୍କର 150 ୱିକେଟ ପୂରଣ କରିଥିଲେ । ଏହାସହ ଷ୍ଟୋକ୍ସ କ୍ରିକେଟର ଲମ୍ବା ଫର୍ମାଟର ଇତିହାସରେ 4000 ରନ ସହ 150 ୱିକେଟ ହାସଲ କରିଥିବା ବିଶ୍ବର ଷଷ୍ଠ ଖେଳାଳି ହୋଇଛନ୍ତି ।

ତାଙ୍କ ଆଗରୁ ଏହି ଉପଲବ୍ଧି ହାସଲ କରିଥିବା ଖେଳାଳି ମାନେ ହେଲେ ୱେଷ୍ଟଇଣ୍ଡିଜର ଗ୍ୟାରି ସୋବର୍ସ, ଇଂଲଣ୍ଡର ଇଆନ ବୋଥାମ, ଭାରତର କପିଲ ଦେବ, ଦକ୍ଷିଣ ଆଫ୍ରିକାର ଜ୍ୟାକ କାଲିସ ଓ ନ୍ୟୁଜିଲାଣ୍ଡର ଡାନିଏଲ ଭିଟୋରି ।

ଷ୍ଟୋକ୍ସ ଏହି ରେକର୍ଡ ହାସଲ କରିବାରେ ଦ୍ବିତୀୟ ଦୃତତମ ଖେଳାଳି । ସୋବର୍ସ 63 ଚେଷ୍ଟରେ ଏହି ଯୋଗ୍ୟତା ହାସଲ କରିଥିବା ବେଳେ ଷ୍ଟୋକ୍ସ 64ଟି ମ୍ୟାଚରେ ଏହା ହାସଲ କରିଛନ୍ତି ।

ତେବେ ଗୋଟିଏ ମ୍ୟାଚ ପାଇଁ ଷ୍ଟାଣ୍ଡ-ଇନ କ୍ୟାପ୍ଟେନ ହେବାପରେ ଷ୍ଟୋକ୍ସ ହୋଇଥିଲେ ଇଂଲଣ୍ଡର 81 ତମ ଟେଷ୍ଟ ଅଧିନାୟକ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.