ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଓପନର ଶିଖର ଧାୱନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏବେବି ବିଶ୍ବାସ କରିପାରୁ ନାହାନ୍ତି ବୋଲି କହିଛନ୍ତି । ଏହା ଅତି ଦୁଃଖଦ ଓ ଆଶ୍ଚର୍ଯ୍ୟଜନକ ।
ଧାୱନ ନିଜ ଇନଷ୍ଟାଗ୍ରାମ ପେଜରେ ଦିବଗଂତ ଅଭିନେତା ସୁଶାନ୍ତଙ୍କ ଏକ ଫଟୋ ସେୟାର କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିସହିତ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ।
34 ବର୍ଷୀୟ ସୁଶାନ୍ତ ରବିବାର ମୁମ୍ବାଇ ସ୍ଥିତ ବାଣ୍ଡ୍ରା ବାସଭବନରେ ରବିବାର ଆତ୍ମହତ୍ୟା କରିଥିବାର ଜଣାପଡିଥିଲା । ଅତିରିକ୍ତ କମିଶନର ମନୋଜ ଶର୍ମା ଏନେଇ ସ୍ପଷ୍ଟ କରିଥିଲେ । ତେବେ କୌଣସି ସୁଇସାଇଡ ନୋଟ୍ ସୁଶାନ୍ତଙ୍କ ରୁମରୁ ଉଦ୍ଧାରୁ ସମୟରେ ମିଳିନଥିଲା । ତେବେ ସୁଶାନ୍ତଙ୍କ ମୃତ୍ୟୁର କାରଣ ନେଇ ଅଧିକ ତଦନ୍ତ ଜାରି ରହିଛି ।