ETV Bharat / sports

ବିନା ଦର୍ଶକରେ କ୍ରିକେଟ ଏକ ଭିନ୍ନ ଆହ୍ବାନ: ଷ୍ଟିଭ ସ୍ମିଥ

author img

By

Published : Aug 23, 2020, 3:54 PM IST

ବିନା ଦର୍ଶକରେ ଓ ଖାଲି ଷ୍ଟାଡିୟମରେ ଖେଳିବା ଏକ ଭିନ୍ନ ଆହ୍ବାନ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ଷ୍ଟିଭ ସ୍ମିଥ ।

Steve Smith says playing behind closed doors will present different challenge
ବିନା ଦର୍ଶକରେ କ୍ରିକେଟ ଏକ ଭିନ୍ନ ଆହ୍ବାନ: ଷ୍ଟିଭ ସ୍ମିଥ

ସିଡନି: ଇଂଲଣ୍ଡ ବିପକ୍ଷ ସିରିଜ ନେଇ ସକରାତ୍ମକ ପ୍ରତିକ୍ରିୟା ରଖିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ଷ୍ଟିଭ ସ୍ମିଥ । ବିନା ଦର୍ଶକରେ ଓ ଖାଲି ଷ୍ଟାଡିୟମରେ ଖେଳିବା ଏକ ଭିନ୍ନ ଆହ୍ବାନ ବୋଲି କହିଛନ୍ତି ଭେଟେରାନ ସ୍ମିଥ ।

ରବିବାର ଅଷ୍ଟ୍ରେଲିଆ ଟିମ ଇଂଲଣ୍ଡ ଗସ୍ତ କରିବାପରେ ଏପରି କହିଛନ୍ତି ସ୍ମିଥ । ସେପ୍ଟେମ୍ବର 4ରୁ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଓ ପରେ ଦିନିକିଆ ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।

ଟି-20 ମ୍ୟାଚ ଏଜେସ ବାୱଲ, ସାଉଥାମ୍ପଟନରେ ଖେଳାଯିବା ନେଇ ସ୍ଥିର ହୋଇଥିବାବେଳେ, ଦିନିକିଆ ମ୍ୟାଚ ଓର୍ଲ୍ଡ ଟ୍ରାଫର୍ଡ ମାଞ୍ଚେଷ୍ଟରେ ଖେଳାଯିବ । ସମସ୍ତ ମ୍ୟାଚ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ ।

"ଦର୍ଶକ ନଥିବାରୁ କିଛି ମାତ୍ରାରେ ମନୋବଳ ପ୍ରଭାବିତ ହୋଇପାରେ । ଇଂଲଣ୍ଡ ଖେଳିଥିବା କିଛି ଟେଷ୍ଟ ମ୍ୟାଚକୁ ଦେଖିଛି, ତେବେ ଗତ କିଛି ବର୍ଷ ଧରି ଇଂଲଣ୍ଡର ସୀମିତ ଓଭର କ୍ରିକେଟରେ ପ୍ରଭାବି ପ୍ରଦର୍ଶନ ରହିଛି । ସେଥିପାଇଁ ଏହି ସିରିଜରେ କଡା ପ୍ରତିଦ୍ବନ୍ଦ୍ବୀତା ହେବ ବୋଲି ଆଶା ରହିଛି ।" ଏହା କହିଛନ୍ତି ଷ୍ଟିଭ ସ୍ମିଥ ।

ପୂର୍ବରୁ ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ 21ଜଣିଆ ଦଳ ଘୋଷଣା କରିଛି ।

ଘୋଷିତ ଟିମ: ଆରୋନ ଫିଞ୍ଚ, ସିନ ଆବଟ୍ଟ, ଆଷ୍ଟନ ଅଗର, ଆଲେକ୍ସ କ୍ୟାରୀ, ପାଟ କମିନ୍ସ(ଭାଇସ-କ୍ୟାପଟେନ), ଜସ ହେଜେଲଉଡ, ମାର୍ନସ ଲବୁସାନ, ନାଥନ ଲାୟନ, ମିଚେଲ ମାର୍ଶ, ଗ୍ଳେନ ମାକ୍ସୱେଲ, ରିଲେ ମେରେଡିଥ, ଜସ ଫିଲିପ, ଡାନିଏଲ ସାମସ, କେନ ରିଚାର୍ଡସନ, ଷ୍ଟିଭେନ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍ନସ ଷ୍ଟୋଇନିସ, ଆଣ୍ଡିୟୁ ଟାଇ, ମାଥ୍ୟୁ ୱେଡ, ଡେଭିଡ ୱାର୍ଣ୍ଣର, ଆଡାମ ଜାମ୍ପା ।

ତେବେ ଅଷ୍ଟ୍ରେଲିଆ ଟିମର ସିନିୟର ସହକାରୀ କୋଚ ଆଣ୍ଡ୍ରିୟୁ ମେକଡୋନାଲଡ ଟିମ ସହ ଇଂଲଣ୍ଡ ଗସ୍ତ କରିବେ ନାହିଁ । ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଟିମ ରାଜସ୍ଥାନ ରୟାଲ୍ସର ମୁଖ୍ୟ ରହିଛନ୍ତି ମେକଡୋନାଲଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.