ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ପାକିସ୍ତାନୀ ବୋଲର ମହମ୍ମଦ ଆମୀରଙ୍କୁ ଦକ୍ଷ ବୋଲର ଭାବେ ଚୟନ କରିଛନ୍ତି ।
ସ୍ମିଥଙ୍କୁ ଜଣେ ଫ୍ୟାନ୍ସ ଲାଇଭ ଇନଷ୍ଟାଗ୍ରାମ ସେସନରେ ସାମ୍ନା କରିଥିବା କେଉଁ ବୋଲର ଶ୍ରେଷ୍ଠ ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ସ୍ମିଥ ଏଯାବତ ଖେଳିଥିବା ବୋଲରଙ୍କ ମଧ୍ୟରୁ ଆମୀରଙ୍କୁ ଚୟନ କରିଛନ୍ତି । ଏଥିସହିତ ଆମୀରଙ୍କୁ ଖେଳିବା ଆହ୍ବାନପୂର୍ଣ୍ଣ ହୋଇଥାଏ ବୋଲି ସ୍ମିଥ କହିଛନ୍ତି ।
ଏଥିସହିତ 2015 ଦିନିକିଆ ବିଶ୍ବକପ ବିଜୟ ମୁହୂର୍ତ୍ତକୁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ୟାରିୟରର ଶ୍ରେଷ୍ଠ ମୁହୂର୍ତ୍ତ ବୋଲି କହିଛନ୍ତି ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଟେଷ୍ଟରେ ବଲ ଟାମ୍ପରିଂ ମାମଲାରେ 2018ରେ ଗୋଟିଏ ବର୍ଷ ପାଇଁ ବାସନ୍ଦ ହୋଇଥିଲେ ଭେଟେରାନ ଷ୍ଟିଭ ସ୍ମିଥ । ତେବେ ଏହାପରେ ପୁନର୍ବାର ଅନ୍ତର୍ଜାତୀୟ କ୍ରିକେଟକୁ ସଫଳ ପ୍ରତ୍ୟାବର୍ତ୍ତନ କରିବା ସହ, ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷରେ ରହିଛନ୍ତି ।